ଦିଲ୍ଲୀ ବିଧାନସଭା ନିର୍ବାଚନ ୨୦୨୫ : ପଛରେ ପଡିଯାଇଛନ୍ତି ଅରବିନ୍ଦ ଏବଂ ମୁଖ୍ୟମନ୍ତ୍ରୀ ଆତିଶ

Share It

ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନ ପାଇଁ ଚାଲିଥିବା ଭୋଟ୍ ଗଣତିରେ ଆମ୍ ଆଦମୀ ପାର୍ଟିର ଶୀର୍ଷ ତିନି ନେତା ଅରବିନ୍ଦ କେଜ୍ରିୱାଲ, ମନୀଷ ସିସୋଦିଆ ଏବଂ ଆତିଶୀ ନିଜ ନିଜ ନିର୍ବାଚନମଣ୍ଡଳୀରେ କଡ଼ା ଟକ୍କରରେ ଫସିଥିବା ଜଣାପଡିଛି।

ଦିଲ୍ଲୀ ବିଧାନସଭା ନିର୍ବାଚନ ୨୦୨୫ ପାଇଁ ଚାଲିଥିବା ମତଗଣନା ପ୍ରକ୍ରିୟା ଆରମ୍ଭ ହେବା ପରଠାରୁ ଆପକୁ ବଡ ଝଟକା ଲାଗିଛି । ମୁଖ୍ୟମନ୍ତ୍ରୀ ଆତିଶ, ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିଜ ଆସନରେ ପଛରେ ପଡିଯାଇଛନ୍ତି । ୧୧ ଟା ସୁଧା ୭୦ଟି ଆସନରୁ ୪୨ଟି ଆସନରେ ବିଜେପି ପ୍ରାର୍ଥୀ ଆଗେଇ ରହିଥିବାବେଳେ ଆପ ପ୍ରାର୍ଥୀ ୨୮ ସିଟରେ ଆଗରେ ଅଛନ୍ତି ।


Share It

Comments are closed.