ଆପ ପକ୍ଷରୁ ରାଜ୍ୟ ମହିଳା ସମ୍ମିଳନୀ ଆୟୋଜିତ

Share It

ଭୁବନେଶ୍ୱର : ଆମ୍ ଆଦ୍‌ମୀ ପାର୍ଟି ଓଡିଶାର ରାଜ୍ୟ ସ୍ତରୀୟ ମହିଳା ସମ୍ମିଳନୀ ଭୁବନେଶ୍ୱର ସ୍ଥିତ ଲୋହିଆ ଏକାଡେମୀରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ମହିଳା ସଭାପତି ଶ୍ରୀମତି ବିଜୟଲକ୍ଷ୍ମୀ ମହାପାତ୍ରଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି ସମ୍ମିଳନୀରେ ବିଭିନ୍ନ ଜିଲ୍ଲାରୁ ଶତାଧିକ ମହିଳା କାର‌୍ୟ୍ୟକର୍ତ୍ତା ଓ ନେତୃବୃନ୍ଦ ଅଂଶଗ୍ରହଣ କରିଥିଲେ।

ଏହି ସଭାରେ ଆମ୍ ଆଦ୍‌ମୀ ପାର୍ଟିର ରାଜ୍ୟ ସଭାପତି ଶ୍ରୀ ନିଶିକାନ୍ତ ମହାପାତ୍ର ମୁଖ୍ୟ ଅତିଥି ରୂପେ ଯୋଗଦେଇ ମହିଳା ସଂଗଠନର ସମସ୍ତ କାର‌୍ୟ୍ୟକର୍ତ୍ତାଙ୍କୁ ତୃଣମୂଳ ସ୍ତରରେ ଦଳୀୟ ବିଚାରଧାରା ପହଞ୍ଚାଇବା ସହ ସଂଗଠନକୁ ମଜବୁତ୍ କରିବା ନିମନ୍ତେ ଆହ୍ଵାନ ପ୍ରଦାନ କରିଥିଲେ। ରାଜ୍ୟ ସାଙ୍ଗଠନିକ ସମ୍ପାଦକ ଶ୍ରୀ ସନ୍ଦୀପ୍ତ ଦାସ ଉକ୍ତ କାର‌୍ୟ୍ୟକ୍ରମର ସଂଯୋଜନା ଦାୟିତ୍ୱ ନିର୍ବହନ କରିଥିଲେ।

ରାଜ୍ୟ ସଂଗଠନର ସମସ୍ତ ସମ୍ପାଦକ,ବିଭିନ୍ନ ଜିଲ୍ଲାର ଜିଲ୍ଲା ସଭାପତି ଓ ମହିଳା ଶାଖା ସଭାପତି ଏବଂ ମହିଳା ନେତୃବୃନ୍ଦ ଯୋଗଦେଇ ଉକ୍ତ ସମ୍ମିଳନୀକୁ ସଫଳକାମି କରାଇଥିଲେ। ଆଗାମୀ ଦିନରେ ରାଜ୍ୟ ମହିଳା କମିଟି ସହ ବିଭିନ୍ନ ଜିଲ୍ଲାର ମହିଳା କମିଟିକୁ ପରିବର୍ଦ୍ଧିତ କରିବା ନିମନ୍ତେ ଆଲୋଚନା କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀମତୀ ସରୋଜିନୀ ଖୁଣ୍ଟିଆ, ଶ୍ରୀମତି ଜ୍ୟୋତିର୍ମୟୀ ନାୟକ, ଶ୍ରୀମତି ତପସ୍ଵିନୀ ଜଗଦେବ, ଶ୍ରୀମତୀ ଆରତୀ ଚୌଧୁରୀ, ଶ୍ରୀମତି ସାଗରିକା ଦାସଙ୍କ ସମେତ ବିଭିନ୍ନ ଜିଲ୍ଲାର ମହିଳା

ଶାଖା ସଭାପତି ମାନେ ଅଭିଭାଷଣ ପ୍ରଦାନ କରିବାସହ ଏହି ସଂଗଠନକୁ ସୁଦୃଢ କରି ଗଢିତୋଳିବାର ସଂକଳ୍ପ ନେଇଥିଲେ। ଏହି ସମ୍ମିଳନୀରେ ଅନେକ ନୂଆ ସଦସ୍ୟଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ଦଳରେ ସାମିଲ କରାଯାଇଥିଲା। ପରିଶେଷରେ ମହିଳା ସମ୍ମିଳନୀର ସଫଳ ସମାପନ ନିମନ୍ତେ ସଂଯୋଜନା କମିଟିର ମୁଖ୍ୟ ଉପଦେଷ୍ଟା ଶ୍ରୀ ଜୟସୂର‌୍ୟ୍ୟ କାନୁନଗୋ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।


Share It

Comments are closed.