ଆପ୍ ବିଧାୟିକା ଘରୋଇ ହିଂସାର ଶିକାର, ସର୍ବ ସମ୍ମୁଖରେ ସ୍ୱାମୀ ମାରିଲେ ଚାପୁଡା
ଆମ୍ ଆଦମୀ ପାର୍ଟିର ବିଧାୟିକା ବଲଜିନ୍ଦର କୌରଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଦୃତ ଗତିରେ ଭାଇରାଲ ହେଉଛି। ଭାଇରାଲ ଭିଡିଓରେ ଦାବି କରାଯାଇଛି ଯେ, ବଲଜିନ୍ଦର କୌରଙ୍କୁ ତାଙ୍କ ସ୍ୱାମୀ ସମସ୍ତଙ୍କ ଆଗରେ ଚାପୁଡା ମାରିଛନ୍ତି। ଏହି ଘଟଣା ସିସିଟିଭିରେ ରେକର୍ଡ ହୋଇଯାଇଛି। ଭିଡିଓରେ ଆପ୍ ବିଧାୟକ ବଲଜିନ୍ଦର କୌର ଓ ତାଙ୍କ ସ୍ୱାମୀଙ୍କ ବ୍ୟତୀତ କିଛି ଅନ୍ୟ ଲୋକ ମଧ୍ୟ ଠିଆ ହୋଇଥିବା ଦେଖାଯାଇଛନ୍ତି, ଯେଉଁମାନେ କି ତାଙ୍କୁ ରକ୍ଷା କରୁଥିବାର ଦେଖାଯାଉଛନ୍ତି। ଏହା ଭିତରେ ବିରୋଧୀ ନେତାମାନେ ଏହି ଘଟଣାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଏହି ଭିଡିଓ ଗତ ୧୦ ଜୁଲାଇର ବୋଲି କୁହାଯାଇଛି। ସୋସିଆଲ ମିଡିଆରେ ଭିଡିଓଟି ଏବେ ଭାଇରାଲ ହେଉଛି । ଏବେ ଆପ୍ର ମହିଳା ବିଧାୟକ ଘରୋଇ ହିଂସାର ଶିକାର ହେବା ଘଟଣା ଲୋକଙ୍କ ଭିତରେ ଚର୍ଚ୍ଚାର ବିଷୟ ପାଲଟିଛି। ଉଲ୍ଲେଖନୀୟ ଯେ, ଆପ୍ ବିଧାୟିକା ବଲଜିନ୍ଦର କୌରଙ୍କ ସହିତ ଘଟିଥିବା ଏହି ଘଟଣାର ଭିଡିଓ ପଞ୍ଜାବ ୟୁଥ୍ କଂଗ୍ରେସ ଅଧ୍ୟକ୍ଷ ବରିନ୍ଦର ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ବରିନ୍ଦର ଟ୍ବିଟ୍ କରି ଭିଡିଓର କ୍ୟାପସନ୍ ଲେଖିଛନ୍ତି, ମହିଳାଙ୍କ ବିରୋଧରେ ହିଂସାକୁ ରୋକିବା ପାଇଁ ମହିଳାଙ୍କୁ ସଶକ୍ତ କରିବା କୌଣସି ପ୍ରତିବନ୍ଧକ ନାହିଁ।
Empowering women is not a deterrent to stop violence against women.Shocking to see @BaljinderKaur_ MLA getting slapped in broad day light.Mindset of men has to change.
The problem lies in the perpetrator’s of these acts.Change this male chauvinism attitude more then anything else pic.twitter.com/Qxm6rhrtht— Brinder (@brinderdhillon) September 1, 2022
ଏହା ଦେଖି ଆଶ୍ଚର୍ଯ୍ୟ ଲାଗୁଛି ଯେ, ବିଧାୟକ ବଲଜିନ୍ଦର କୌରଙ୍କୁ ଦିନ ଦ୍ବିପ୍ରହରେ ଚାପୁଡା ମରାଗଲା। ପୁରୁଷଙ୍କ ମାନସିକତା ବଦଳାଇବାକୁ ହେବ। କୌଣସି ଅନ୍ୟ ଜିନିଷ ବଦଳିବା ପୂର୍ବରୁ ଏହି ପୁରୁଷ ପ୍ରଧାନ ମନୋଭାବକୁ ବଦଳାଇବାକୁ ହେବ। ଭାଇରାଲ ଭିଡିଓ ସମ୍ପର୍କରେ ବଲଜିନ୍ଦର ଓ ତାଙ୍କ ସ୍ୱାମୀ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି। ଦି ଟ୍ରିବ୍ୟୁନରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ପଞ୍ଜାବ ମହିଳା କମିଶନ ଅଧ୍ୟକ୍ଷା ମନୀଷା ଗୁଲାଟି ନିଜେ ଏହି ବିଷୟରେ ତଦନ୍ତ କରିବେ ବୋଲି କହିଛନ୍ତି। ସେ କହିଛନ୍ତି, ମୁଁ ସୋସିଆଲ ମିଡିଆରେ ବଲଜିନ୍ଦର କୌରଙ୍କ ଭିଡିଓ ଦେଖିଛି। ଏହା ଆଶ୍ଚର୍ଯ୍ୟଜନକ ଯେ ସମାଜର ପ୍ରସଙ୍ଗ ଉଠାଉଥିବା ମହିଳା ନିଜ ଘରୋଇ ହିଂସାର ସମ୍ମୁଖୀନ ହେଉଛନ୍ତି। ଭାଇରାଲ ଭିଡିଓରେ ଦେଖାଯାଉଛି ଯେ କୌଣସି ପ୍ରସଙ୍ଗକୁ ନେଇ ଆପ୍ ବିଧାୟିକା ବଲଜିନ୍ଦର କୌର ଏବଂ ତାଙ୍କ ସ୍ୱାମୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଛି। ଯେତେବେଳେ ବିବାଦ ବଢିଥିଲା ବିଧାୟିକାଙ୍କ ସ୍ୱାମୀ ସୁଖରାଜ ତାଙ୍କୁ ସମସ୍ତଙ୍କ ସାମ୍ନାରେ ଚାପୁଡ଼ା ମାରିଥିଲେ। ଏହି ଘଟଣା ସିସିଟିଭିରେ ରେକର୍ଡ କରାଯାଇଥିଲା। ଉଲ୍ଲେଖନୀୟ ଯେ, ବଲଜିନ୍ଦର କୌର ପଞ୍ଜାବର ତଲୱାଣ୍ଡି ସାବେରୁ ବିଧାୟକ ଅଛନ୍ତି। ସେ ପଞ୍ଜାବ ବିଧାନସଭାରେ ଏହି ଆସନରୁ ଦ୍ବିତୀୟ ଥର ଜିତିଛନ୍ତି। ନିର୍ବାଚନରେ ବଲଜିନ୍ଦର କୌର କଂଗ୍ରେସ ପ୍ରାର୍ଥୀଙ୍କୁ ଅଧିକ ଭୋଟରେ ହରାଇଥିଲେ।
Comments are closed.