ସୋସିଆଲ ମିଡିଆକୁ ସବୁଦିନ ପାଇଁ ଆଲବିଦା କହିଲେ ଆମିର
ଅଭିନେତା ଅମୀର ଖାନ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ଟ୍ୱିଟର ଓ ଇନଷ୍ଟାଗ୍ରାମକୁ ଅଲବିଦା କରିଛନ୍ତି। ଅମୀର ଖାନ ନିଜ ଜନ୍ମଦିନ ଶୁଭେଚ୍ଛା ପାଇଁ ୟୁଜର୍ସଙ୍କୁ ଧନ୍ୟବାଦ ଜଣାଇ ସୋସିଆଲ ମିଡ଼ିଆରୁ ଦୁରେଇ ଯିବାକଥା ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ସେ ଏବେ ନିଜ ପ୍ରଶଂସକଙ୍କୁ ସେହିଭଳି କମ୍ୟୁନିକେଟ୍ କରିବେ ଯେପରି ଆଗରୁ କରୁଥିଲେ। ନିଜ କାମ ଉପରେ ସମ୍ପୂର୍ଣ୍ଣ ଫୋକସ କରିବାକୁ ଅମୀର ଏହିଭଳି ନିଷ୍ପତ୍ତି ନେଇଛନ୍ତି।
ନିକଟରେ ସେ ଆଉ ଏକ ନିଷ୍ପତ୍ତି ମଧ୍ୟ ନେଇଥିଲେ। ତାଙ୍କର ଆଗାମୀ ଫିଲ୍ମ ଲାଲ ସିଂହ ଚଡ୍ଡା ରିଲିଜ ହେବା ଯାଏଁ ସେ ନିଜ ମୋବାଇଲ ଫୋନ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଥିଲେ। ସେଟରେ ତାଙ୍କ ମୋବାଇଲ ଲଗାତାର ବାଜି ତାଙ୍କ କାମ ଯେପରି ପ୍ରଭାବିତ ନ ହେବ ସେଥିପାଇଁ ଏହିଭଳି ନିଷ୍ପତ୍ତି ନିଆଯାଇଥିଲା।
ଅମୀର ଖାନ ବୟାନ ଜାରି କରି କହିଛନ୍ତି, “ବନ୍ଧୁମାନେ, ମୋ ଜନ୍ମଦିନରେ ଏତେ ସ୍ନେହ ଓ ଭଲପାଇବା ଦେଇଥିବାରୁ ହୃଦୟରୁ ଧନ୍ୟବାଦ। ସୋସିଆଲ ମିଡ଼ିଆରେ ଏହା ମୋର ଶେଷ ପୋଷ୍ଟ। ମୁଁ ସୋସିଆଲ ମିଡ଼ିଆରେ ବେଶୀ ଆକ୍ଟିଭ ନୁହଁ। ସେଥିପାଇଁ ସୋସିଆଲ ମିଡ଼ିଆରେ ଦୁରେଇ ଯିବାକୁ ନିଷ୍ପତ୍ତି ନେଇଛି। ଆମେ ଆଗରୁ ଯେମିତି କଥାବାର୍ତ୍ତା କରୁଥିଲେ ସେମିତି କରିବା।” ସେ ଆଗକୁ ଲେଖିଛନ୍ତି ଅମୀର ଖାନ ପ୍ରଡକ୍ସନ ନିଜର ଅଫିସିଆଲ ଚାନେଲ ତିଆରି କରିଛି। ଭବିଷ୍ୟତରେ ସେହି ଚାନେଲ @akppl_official ଜରିଆରେ ଲୋକଙ୍କୁ ତାଙ୍କ ଫିଲ୍ମର ଅପଡେଟ ମିଳିବ ବୋଲି ସେ କହିଛନ୍ତି। ୨୦୧୮ରେ ଅମୀର ଖାନ ନିଜ ଜନ୍ମଦିନରେ ନିଜ ମା’ଙ୍କ ଏକ ଫଟୋ ସେୟାର କରି ଇନଷ୍ଟାଗ୍ରାମ ଆରମ୍ଭ କରିଥିଲେ।
Comments are closed.