ମହିଳା ଦିବସ ଅବସରରେ ଆଫସାର ହର୍ ଓଡ଼ିଶା କାର୍ଯ୍ୟକ୍ରମ ଆୟୋଜିତ
୯ଜଣ ମହିଳା ଚେଞ୍ଜମେକର ଏବଂ ୧୨ଜଣ ହର୍ ଓଡ଼ିଶା ଏକ୍ସିଲେନ୍ସ ଆୱାର୍ଡ଼ରେ ସମ୍ମାନିତ
ଭୁବନେଶ୍ୱର : ଆର୍ଯ୍ୟାଲେକ୍ସ ଫାଉଣ୍ଡେସନ୍ ଫର୍ ସୋସିଆଲ୍ ଆକ୍ଟିଭିଟିଜ୍ (ଆଫସା) ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ “ହର୍ ଓଡ଼ିଶା” ନାମରେ ଏକ ବିଶେଷ କାର୍ଯ୍ୟକ୍ରମ ୯ ମାର୍ଚ୍ଚ ୨୦୨୬ ତାରିଖରେ ସ୍ୱସ୍ତି ପ୍ରିମିୟମ୍ ଠାରେ ତିନୋଟି ଅଧିବେଶନ ସହିତ ଆୟୋଜିତ ହୋଇଯାଇଛି । ମହିଳା ସଶକ୍ତିକରଣକୁ ପ୍ରୋତ୍ସାହନ ଦେବା ଓ ସମାଜରେ ମହିଳାଙ୍କ ଅବଦାନକୁ ସମ୍ମାନିତ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ଥିଲା । ପ୍ରଥମ ଅଧିବେଶନରେ ଆଫସାର ପ୍ରତିଷ୍ଠାତା ଡ଼. ଆଲେକଜାଣ୍ଡାର ଦାସ ଅଧ୍ୟକ୍ଷତା କରିଥିବା ବେଳେ ଆର୍ସେଲର ମିତଲ ନିପନ୍ ଷ୍ଟିଲ ଇଣ୍ଡିଆ ର ଡିଜିଏମ୍ ଏଚଆର୍ ସୁପ୍ରିୟା ସ୍ୱାଇଁ ଓ ହିନ୍ଦାଲକୋ, ସୁନ୍ଦରଗଡ଼ର ଜିଏମ ଏବଂ ସିଏସଆର ହେଡ ନିହାରିକା ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଏହା ସହିତ ଭୁବନେଶ୍ୱର ମହାନଗର ନିଗମର ମେୟର ଶ୍ରୀମତୀ ସୁଲୋଚନା ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହିଳା ସଶକ୍ତିକରଣ ଉପରେ ତାଙ୍କର ମତାମତ ରଖିଥିଲେ ।

ଏହି ଅବସରରେ ହର୍ ଓଡିଶା ଏକ୍ସିଲେନ୍ସ ଅୱାର୍ଡ ଓ ଚେଞ୍ଜମେକର୍ସ ଅୱାର୍ଡ ପ୍ରଦାନ କରାଯାଇଛି । ହର୍ ଓଡିଶା ଏକ୍ସିଲେନ୍ସ ଅୱାର୍ଡ ପାଇଁ ସୋନାଲି ଓଝା, ବିଦ୍ୟୁତପ୍ରଭା ଦାସ, ରୁକ୍ମିଣୀ ଖଲିଆ, ବନସ୍ମିତା ପତି, ଲୀଳାବତୀ ଉଲାକା, ସୁଶ୍ରୀ ସଙ୍ଗୀତା ଦାସ, ସଞ୍ଜୁ ପାତ୍ର, ପ୍ରିୟାଂଶୀ ବିଶ୍ୱାଳ, ଶୁଭଶ୍ରୀ ଭଞ୍ଜ, ବିଭାରାଣୀ ପାତ୍ର, ଡ଼. ସୁମୋନା କାର୍ଜି ମିଶ୍ର ଓ ଦୀପିକା ଦଣ୍ଡପାଟଙ୍କୁ ସମ୍ମାନିତ କରାଯାଇଛି । ସେହିପରି ଭାରତୀ ନାହାକ, କୃଷ୍ଣା ପ୍ରିୟଦର୍ଶିନୀ ରାଉତ, ରୁମାନା ଜାଫ୍ରି, ମୋନାଲିସା ମିଶ୍ର, ପ୍ରଭାବତୀ ସାମଲ, ଚାରୁଲତା ବିଶ୍ୱାଳ, ଶିବାନୀ ସୁଭଦର୍ଶିନୀ, ଡ଼. ଅଭିଲାଷା ମିଶ୍ର ଓ ଚିନ୍ମୟୀ ଦେଓଙ୍କୁ ଚେଞ୍ଜମେକର୍ସ ଅୱାର୍ଡରେ ସମ୍ମାନିତ କରାଯାଇଛି । ଏଥି ସହିତ ତିନିଦିନିଆ ଏହି ଅଭିଯାନର ପ୍ରଥମ ଦିନରେ ଯାଜପୁର ଜିଲ୍ଲାର ରସୁଲପୁର ବ୍ଲକ୍ର ସୁଆଁସାହି ଆଶ୍ରମ ବିଦ୍ୟାଳୟ ର ଛାତ୍ରୀମାନଙ୍କୁ ଶିକ୍ଷାର ପ୍ରୋତ୍ସାହନ ଦେବା ପାଇଁ ସ୍କୁଲ୍ କିଟ୍ ବଂଟନ କରାଯାଇଥିଲା ଏବଂ ଦ୍ୱିତୀୟ ଦିନ ମହିଳାମାନଙ୍କ ଦ୍ୱାରା ଏକ ବିଶେଷ ମହିଳା ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା ।

ଦ୍ୱିତୀୟ ଅଧିବେଶନରେ “ୱିମେନ୍ ଲିଡିଙ୍ଗ ସମୃଦ୍ଧ ଓଡ଼ିଶା: ଅପର୍ଚୁନିଟୀ ଆଣ୍ଡ ଚ୍ୟାଲେଞ୍ଜେସ ଫର୍ ଓଡ଼ିଶା ଭିଜନ ୨୦୨୬” ବିଷୟରେ ଏକ ପ୍ୟାନେଲ୍ ଚର୍ଚ୍ଚା ଆୟୋଜିତ ହୋଇଥିଲା । ଏହି ଅଧିବେଶନକୁ ସାମ୍ବାଦିକା ବିଦ୍ୟୁତପ୍ରଭା ଦାସ ସଂଚାଳନ କରିଥିଲେ । ପ୍ୟାନେଲିଷ୍ଟ ଭାବେ ଇରନ୍ୟାସନାଲ ଇନ୍ ଡିସେନ୍ସି ମୁଭମେଂଟର ଡାଇରେକ୍ଟର ଡ଼ଃ ଅରୁନ୍ଧତୀ ଦେବୀ, ୱିନିଓରସ୍ ଫୋରମ୍ର ଫାଉଣ୍ଡର ଏବଂ ଏମଡି ଡ଼ଃ ମନୀଷା ଆଚାର୍ଯ୍ୟ, ଅଭିଷ୍ଟ ଚାରିଟେବୁଲ୍ ଟ୍ରଷ୍ଟ ର ଫାଉଣ୍ଡର ଆଲି ପାଢ଼ୀ, ବେଦାନ୍ତ ଆଲୁମିନିୟମ କୋଲ୍ ମାଇନ ର ଏଜିଏମ୍ ଓ ସିଏସଆର ହେଡ ସଙ୍ଗୀତା ସାହୁ ଓ ମହିଳା ଉଦ୍ୟୋଗୀ ଅନୁରାଧା ମହାନ୍ତି ଯୋଗଦେଇ ଓଡ଼ିଶାର ଉନ୍ନତିରେ ମହିଳାଙ୍କ ଭୂମିକା ଓ ଚ୍ୟାଲେଞ୍ଜ ସମ୍ପର୍କରେ ଗଭୀର ଆଲୋଚନା କରିଥିଲେ । ଶେଷ ଅଧିବେଶନରେ କେସିଡବ୍ଲୁ ର ଲିଡ୍ ସିଏସଆର୍ କବିତା ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ଓ ବାରବାଟି–କଟକ ନିର୍ବାଚନମଣ୍ଡଳୀର ବିଧାୟିକା ସୋଫିଆ ଫିର୍ଦେøସ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ ।

Comments are closed.