ଫେବୃଆରୀ ୧୬ ତାରିଖରୁ ଆଧାର ସମ୍ବନ୍ଧୀୟ ଅଭିଯୋଗ ଶୁଣାଣି
ଭୁବନେଶ୍ଵର,୧୫/୦୨:ରାଜ୍ୟରେ ଫେବୃଆରୀ ୧୬ ତାରିଖରୁ ଆରମ୍ଭ ହେବ ଆଧାର ସମ୍ବନ୍ଧୀୟ ଅଭିଯୋଗ ଶୁଣାଣି । ଏହା ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ ପକ୍ଷରୁ ହେବ । ଓକାକ ଟାୱାର, ପଠାଣି ସାମନ୍ତ ପ୍ଲାନେଟୋରିଅମ ପାର୍ଶ୍ଵ ଗେଟ୍ ଠାରେ ଶୁଣାଣି କରାଯିବ ।
ଇଚ୍ଛୁକ ବ୍ୟକ୍ତି ପଞ୍ଜୀକରଣ ପାଇଁ ଓକାକ୍ ପୋର୍ଟାଲ୍ (https://www.ocac.in) ରେ ପଞ୍ଜିକୃତ କରାଇ ପଞ୍ଜିକରଣ ପ୍ରାପ୍ତି ସ୍ୱୀକାରପତ୍ର ସହ ଓକାକ ଟାୱାର ତଳ ମହଲା ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ ଜଣାଇପାରିବେ ।ପ୍ରତ୍ୟେକ ସରକାରୀ କାର୍ଯ୍ୟ ଦିବସର ସୋମବାର ସକାଳ ୧୦.୩୦ରୁ ଉପସ୍ଥିତ ରହି ସମ୍ପୃକ୍ତ ଅଧିକାରୀଙ୍କୁ ସେମାନଙ୍କର ଅଭିଯୋଗ ଜଣାଇ ପାରିବେ ।

Comments are closed.