ଆକ୍ରମଣାତ୍ମକ ହୋଇ ଗାଡିଟିକୁ ଦଳିଚକଟି ଦେଲା ଆହତ ହାତୀ, ଦେଖନ୍ତୁ ଭିଡିଓ
ଏକ ଆହତ ଜଙ୍ଗଲୀ ହାତୀ ଆସି ରାସ୍ତା କଡରେ ପାର୍କିଂ କରିଥିବା ଏକ ଗାଡିକୁ ଦଳି ଚକଟି ଭାଙ୍ଗି ଦେଉଥିବାର ଆଶ୍ଚର୍ଯ୍ୟଚକିତ ଦୃଶ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଘଟଣାଟି ସୋମବାର ଦିନ ଆସାମର ଆମଚଙ୍ଗ ଅଂଚଳର ବୋଲି ଜାଣିବାକୁ ମିଳିଥିଲା ।
ଏକ ଆହତ ଜଙ୍ଗଲୀ ହାତୀଟି ରାସ୍ତା କଡରେ ଠିଆ ହୋଇଥିବା ଏକ ଗାଡିକୁ ଦଳିଚକଟି କ୍ଷତିଗ୍ରସ୍ତ କରିଦେଉଥିବାର ଦୃଶ୍ୟ ଏହି ଭିଡିଓରେ ଦେଖିବାକୁ ମିଳିଛି । ଲୋକେ ଚିତ୍କାର ଓ ହାତିକୁ ଘଉଡାଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିବାବେଳେ କିନ୍ତୁ ଭୟରେ କେହି ତାହାର ପ୍ଧକ୍ଷ ମାଡୁ ନାହାନ୍ତି । ଆସାମର ଅନ୍ୟ ଅଂଚଳ ଯଥା ଜୋରାବତ ଓ ସାତଗାରେ ବସବାସ କରୁଥିବା ଅନ୍ୟ ଜନସାଧାରଣଙ୍କ କହିବା ମୁତାବକ ଏହି ହାତୀଟି ତାଙ୍କ ଅଂଚଳରେ ମଧ୍ୟ କିଛି ଦିନ ପୂର୍ବରୁ ଆତଙ୍କ ଖେଳାଇଥିଲା । ହାତୀଟିର ଗୋଡରେ ଗଭୀର ଆଘାତ କାରଣରୁ ଯନ୍ତ୍ରଣା ଅନୁଭବ କରୁଛି ଯେଉଁଥିପାଇଁ ସେ ଆକ୍ରମଣାତ୍ମକ ଏବଂ ଅସ୍ଥିର ହୋଇ ପଡିଛି । ସେମାନଙ୍କ କହିବା ମୁତାବକ ଗତ କିଛି ଦିନ ଧରି ହାତୀଟି ପାଖାପାଖି ଅଂଚଳରେ ଆତଙ୍କ ଖେଳାଇ ଦେଇଛି ।
ତୁରନ୍ତ ହାତୀଟିକୁ ଉପଚାର କରି ତାର ପ୍ରାକୃତିକ ସ୍ଥାନକୁ ଫେରାଇ ନେବା ପାଇଁ ବନ ବିଭାଗକୁ ହସ୍ତକ୍ଷେପ କରୁ ବୋଲି ସ୍ଥାନୀୟ ଲୋକେ କହିଛନ୍ତି ।
Comments are closed.