ଭାରତର ବିଜୟରେ ଉଲ୍ଲସିତ ୭୫ ବର୍ଷୀୟ ଗାଭାସ୍କରଙ୍କ ମଜାଦାର ଡ୍ୟାନ୍ସ ର ଭିଡିଓ ହେଉଛି ଭାଇରାଲ
ଚାମ୍ପିୟନ୍ସ ଟ୍ରଫି ୨୦୨୫ ଫାଇନାଲରେ ଟିମ୍ ଇଣ୍ଡିଆର ବିଜୟ ପରେ ଚାରିଆଡ଼େ ଉତ୍ସବର ବାତାବରଣ ସୃଷ୍ଟି ହୋଇଛି। ପ୍ରଶଂସକମାନେ ନୃତ୍ୟ ଓ ଡ୍ରମ୍ ବଜାଇ ଦଳର ବିଜୟ ଉତ୍ସବ ପାଳନ କରୁଛନ୍ତି। ଦେଶର ପୂର୍ବତନ କ୍ରିକେଟରମାନେ ମଧ୍ୟ ଭାରତର ବିଜୟରେ ବହୁତ ଖୁସି ଅଛନ୍ତି । ଏହି ପରିପ୍ରେକ୍ଷୀରେ ଭାରତର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସୁନୀଲ ଗାଭାସ୍କରଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ଟିମ୍ ଇଣ୍ଡିଆକୁ ଟ୍ରଫି ମିଳିବା ପରେ ସେ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ୭୫ ବର୍ଷୀୟ ଗାଭାସ୍କର ଟ୍ରଫି ଉପସ୍ଥାପନ ସମୟରେ ଖୋଲାଖୋଲି ନୃତ୍ୟ କରିଥିଲେ। ବାସ୍ତବରେ ସେ ଚାମ୍ପିୟନ୍ସ ଟ୍ରଫି ପାଇଁ କମେଣ୍ଟ୍ରି ଟିମର ସଦସ୍ୟ ଥିଲେ ଏବଂ ସେହି ସମୟରେ ପଡ଼ିଆରେ ଉପସ୍ଥିତ ଥିଲେ। ଟ୍ରଫି ହସ୍ତାନ୍ତର ହେବା ପରେ ସେ ନିଜ ଭାବନାକୁ ନିୟନ୍ତ୍ରଣ କରି ପାରିନଥିଲେ ଏବଂ ମୁକ୍ତ ଭାବରେ ନାଚିଥିଲେ। ଏହି ସମୟରେ ସେ ଭଗବାନଙ୍କୁ ଧନ୍ୟବାଦ ଜଣାଇବା ସହ ବିଜୟ ସଲାମରେ ଉଭୟ ହାତ ଉଠାଇଥିଲେ। ନୃତ୍ୟ କରୁଥିବା ବେଳେ ସେ ମାଇକ୍ରୋଫୋନ୍ ହଟାଇ ନଥିଲେ।
Comments are closed.