ଖ୍ରୀଷ୍ଟ କଲେଜରେ ଛାତ୍ରୀ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

Share It

କଟକ (୨୪.୦୧.୨୦୨୬) ଖ୍ରୀଷ୍ଟ କଲେଜରେ ଛାତ୍ରୀମାନଙ୍କର ଆତ୍ମସୁରକ୍ଷା ପ୍ରଶିକ୍ଷଣ ଶିବିର ଆଠଦିନ ବ୍ୟାପୀ ଅନୁଷ୍ଠିତ ହୋଇ ଉଦ୍‌ଯାପିତ ହୋଇଯାଇଛି।ଏହି ଉତ୍ସବରେ ସଭାପତିତ୍ୱ କରି ଅଧ୍ୟକ୍ଷା ମଧୁମିତା ପାତ୍ର କହିଲେ ଯେ ସାଂପ୍ରତିକ ପରିସ୍ଥିତିରେ ଛାତ୍ରୀମାନେ ନିଜର ସୁରକ୍ଷା ପାଇଁ ଏଭଳି ପ୍ରଶିକ୍ଷଣ ଶିବିରରେ ଭାଗ ନେଇ ନିରାପଦରେ ବଂଚିବା ପାଇଁ ଆଗେଇ ଆସିବା ଦରକାର। ଉପାଧ୍ୟକ୍ଷା ଡଃ କ୍ଷଣପ୍ରଭା ନନ୍ଦ ଛାତ୍ରୀ ଆତ୍ମସୁରକ୍ଷାର ବିଭିନ୍ନ କୌଶଳ ସମ୍ପର୍କରେ ଛାତ୍ରୀ ମାନଙ୍କୁ ଅବଗତ କରିଥିଲେ। +୩ ୧ମ ବର୍ଷ ଛାତ୍ରୀ ଆତ୍ମ ସୁରକ୍ଷା କ୍ଲବର ସଂଯୋଜିକା ଡଃ କବିତା ଜେନା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଉତ୍କଳ କରାଟେ ସ୍କୁଲର ମାଷ୍ଟର ଟ୍ରେନର୍ ସୃଷ୍ଟି ମିଶ୍ର ଓ ପ୍ରିୟଦର୍ଶିନୀ ଦାସ ଛାତ୍ରୀ ମାନଙ୍କୁ ଆତ୍ମରକ୍ଷାର ବିଭିନ୍ନ କୌଶଳ ବିଷୟରେ ତାଲିମ ପ୍ରଦାନ କରିଥିଲେ। ଏକ ଶହ ତାଲିମପ୍ରାପ୍ତ ଛାତ୍ରୀମାନଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରାଯାଇଥିଲା। ପୁରସ୍କାର ବିତରଣ କାର୍ଯ୍ୟକୁ ପରିଚାଳନା କରିଥିଲେ ଡଃ ମିତାଲି ମିଶ୍ର ଓ ଶ୍ରୀମତୀ ମିତାଞ୍ଜଳୀ ଜେଠୀ। ଧନ୍ୟବାଦ ଅର୍ପଣ କରିଥିଲେ ଶ୍ରୀମତୀ ରିଙ୍କୁ ମହାପାତ୍ର। ଆତ୍ମରକ୍ଷା କମିଟିର ସଦସ୍ୟା ଅଧ୍ୟାପିକା ସଞ୍ଜୁ ଶର୍ମା, ସସ୍ମିତା ରଣସିଂହ, ବିଶ୍ୱରୂପା ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।


Share It

Comments are closed.