ବାଲାନ୍ସଡ୍ ଆଡ୍ଭାନ୍ଟେଜ୍ ଫଣ୍ଡ୍ ଉପରେ ନିରଞ୍ଜନ ଅବସ୍ଥିଙ୍କ ଗୁରୁତ୍ୱ
ଭୁବନେଶ୍ୱର: ଶିକ୍ଷା ଓ କ୍ୟାରିୟରଠାରୁ ଆରମ୍ଭ କରି ନିବେଶ ପର୍ଯ୍ୟନ୍ତ, ଜୀବନର ପ୍ରତ୍ୟେକ କ୍ଷେତ୍ରରେ ବାଲାନ୍ସ ବା ସନ୍ତୁଳନର ଆବଶ୍ୟକତା ରହିଛି । ମ୍ୟୁଚୁଆଲ ଫଣ୍ଡ୍ ନିବେଶ ପରିଦୃଶ୍ୟ ମଧ୍ୟ ସନ୍ତୁଳନର ମହତ୍ୱକୁ ହୃଦୟଙ୍ଗମ କରିଛି । ଏହି ପରିପ୍ରେକ୍ଷୀରେ ଏଡେଲ୍ୱିଶ୍ ଏମ୍ଏଫ୍ର ପ୍ରଡକ୍ଟ ହେଡ ଶ୍ରୀ ନିରଞ୍ଜନ ଅବସ୍ଥି ବାଲାନ୍ସଡ୍ ଆଡ୍ଭାନ୍ଟେଜ ଫଣ୍ଡର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଛନ୍ତି । ବାଲାନ୍ସଡ୍ ଆଡ୍ଭାନ୍ଟେଜ୍ ଫଣ୍ଡ୍ ଇକ୍ୱିଟି ଓ ଋଣ ଉପକରଣଗୁଡିକରେ ଏକ ବିବିଧ ପୋର୍ଟଫୋଲିଓ ସୃଷ୍ଟି କରି ଆପଣଙ୍କୁ ଇକ୍ୱିଟି ସମେତ ଋଣ ନିବେଶଗୁଡିକରୁ ମଧ୍ୟ ଆୟ କରିବାରେ ସାହାଯ୍ୟ କରିପାରେ । ସେଗୁଡ଼ିକ ସାଧାରଣତଃ ପୂର୍ବ-ନିର୍ଦ୍ଧାରିତ ନିବେଶ ମାନଦଣ୍ଡ ଓ ବଜାର ସ୍ଥିତି ଉପରେ ନିର୍ଭର କରି ଇକ୍ୱିଟି ଓ ଋଣ ନିବେଶଗୁଡିକ ମଧ୍ୟରେ ଏକ୍ସପୋଜର୍କୁ ସ୍ଥାନାନ୍ତର କରିଥାନ୍ତି । ଇକ୍ୱିଟି ଉପକରଣଗୁଡିକରେ ନିବେଶ ୩୦%ରୁ ୮୦% ମଧ୍ୟରେ ରହିପାରେ, ଯାହା ସେମାନଙ୍କୁ ଇକ୍ୱିଟି ଓ ଋଣ ନିବେଶଗୁଡିକ ମଧ୍ୟରେ ବଦଳାଇବା ପାଇଁ ନମନୀୟତା ପ୍ରଦାନ କରିଥାଏ ।
ଶ୍ରୀ ଅବସ୍ଥିଙ୍କ ମତରେ ଯେତେବେଳେ ଇକ୍ୱିଟି ବଜାରଗୁଡିକ ଉପରକୁ ଯିବା ଆରମ୍ଭ କରନ୍ତି, ସେତେବେଳେ ବାଲାନ୍ସଡ୍ ଆଡ୍ଭାନ୍ଟେଜ୍ ଫଣ୍ଡଗୁଡିକ ଇକ୍ୱିଟିରେ ଅଧିକ ଅର୍ଥ ନିବେଶ କରିପାରିବେ ଏବଂ ସେମାନେ ପ୍ରଦାନ କରୁଥିବା ଅଭିବୃଦ୍ଧି ସୁଯୋଗଗୁଡିକର ଲାଭ ଉଠାଇପାରିବେ । ଅନ୍ୟପକ୍ଷରେ ଯେତେବେଳେ ଇକ୍ୱିଟିଗୁଡିକ ନିମ୍ନଗାମୀ ହୋଇଥାନ୍ତି, ଏହି ଫଣ୍ଡ୍ଗୁଡିକ ସେମାନଙ୍କ ନିବେଶର ଏକ ବୃହତ୍ ଅଂଶକୁ ଗତିଶୀଳ ଭାବେ ଋଣ ନିବେଶକୁ ସ୍ଥାନାନ୍ତର କରିପାରିବେ । ଏହା ସେମାନଙ୍କୁ ଇକ୍ୱିଟି ବଜାରରେ ଅସ୍ଥିରତାରୁ ପୋର୍ଟଫୋଲିଓକୁ ସୁରକ୍ଷା ପ୍ରଦାନ କରିବାରେ ଏବଂ କ୍ଷତି ସୀମିତ କରିବାରେ ସାହାଯ୍ୟ କରିବ ।
ଏକ ବାଲାନ୍ସଡ୍ ଆଡ୍ଭାନ୍ଟେଜ୍ ଫଣ୍ଡ୍ରେ ନିବେଶ କରିବାର ଅନେକ ଲାଭ ରହିଛି । ଏହା ଆପଣଙ୍କ ପୋର୍ଟଫୋଲିଓରେ ସାମଗ୍ରିକ ପରିବର୍ତନଗୁଡିକୁ ହ୍ରାସ କରିଥାଏ । ଫଣ୍ଡ୍ରେ ଇକ୍ୱିଟି ନିବେଶଗୁଡିକ ମାଧ୍ୟମରେ ସଠିକ୍ ସମୟରେ ଉପରକୁ ଉଠୁଥିବା ଇକ୍ୱିଟି ବଜାରଗୁଡିକର ଲାଭ ଉଠାଇଥାଏ । ଫଣ୍ଡ୍ରେ ଋଣ ନିବେଶଗୁଡିକ ମାଧ୍ୟମରେ ଇକ୍ୱିଟି ବଜାର ନିମ୍ନଗାମୀ ଥିବା ସମୟରେ ଆପଣଙ୍କ ପୋର୍ଟଫୋଲିଓକୁ କ୍ଷତିରୁ ସୁରକ୍ଷା ପ୍ରଦାନ କରିଥାଏ । ସଠିକ୍ ସମୟରେ ବଜାରରେ ପ୍ରବେଶ ଓ ପ୍ରସ୍ଥାନ ପାଇଁ ଚିନ୍ତିତ ହେବାର ଆବଶ୍ୟକତା ନଥାଏ କାରଣ ଏହି ଫଣ୍ଡ୍ ପୂର୍ବ-ନିର୍ଦ୍ଧାରିତ ନିବେଶ ମାନଦଣ୍ଡ ଓ ବଜାର ସ୍ଥିତି ଉପରେ ନିର୍ଭର କରି ଇକ୍ୱିଟି ବଜାର ପାଇଁ ଏକ୍ସପୋଜର୍କୁ ଗତିଶୀଳ ଭାବେ ହ୍ରାସ ଓ ବୃଦ୍ଧି କରିଥାଏ । ବଜାରର ଉଥାନ ପତନ ସତ୍ୱେ ବାଲାନ୍ସଡ ଆଡଭାନଟେଜ ଫଣ୍ଡ ଆପଣଙ୍କ ପୋର୍ଟଫୋଲିଓକୁ ନିୟନ୍ତ୍ରିତ ରଖିଥାଏ । ଏହା ସକାରାତ୍ମକ ବଜାର ଗତିବିଧିର ଲାଭ ଉଠାଇବା ଏବଂ ନକାରାତ୍ମକ ବଜାର ଗତିବିଧିରୁ ସୁରକ୍ଷା ଦେବା ପାଇଁ ମଧ୍ୟ ସୁବ୍ୟସ୍ଥିତ । ଏହା ହିଁ ଏକ ବାଲାନ୍ସଡ୍ ଆଡ୍ଭାନ୍ଟେଜ୍ ଫଣ୍ଡ୍କୁ ସମସ୍ତ ଋତୁ ପାଇଁ ଗୋଟିଏ ଯୋଜନା କରିଥାଏ ।
ବାଲାନ୍ସଡ୍ ଆଡ୍ଭାନ୍ଟେଜ୍ ଫଣ୍ଡ୍ଗୁଡିକ ଇକ୍ୱିଟି ଓ ଆର୍ବିଟ୍ରେଜ୍ରେ ୬୫% ଆବଂଟନକୁ ବଜାୟ ରଖିଥାଏ ବୋଲି ବିଚାର କରି ସେମାନେ ଆପଣଙ୍କୁ ଇକ୍ୱିଟି ସ୍କିମ୍ଗୁଡିକ ଉପରେ ଉପଲବ୍ଧ ଟିକସ ଲାଭ ପ୍ରଦାନ କରିଥାନ୍ତି, ଯେଉଁଠାରେ ସ୍ୱଳ୍ପ-ମିଆଦି ପୁଞ୍ଜି ଲାଭ (ଏକ ବର୍ଷରୁ କମ୍ ସମୟ ମଧ୍ୟରେ ବିକ୍ରି ହୋଇଥିବା ନିବେଶଗୁଡିକ ଉପରୁ ମିଳିଥିବା ଲାଭ) ୧୫% ଟିକସ ଆକର୍ଷିତ କରୁଥିବା ବେଳେ ୧୦୦,୦୦୦ ଟଙ୍କା କିମ୍ବା ତାହାଠାରୁ କମ୍ ମୂଲ୍ୟର ଦୀର୍ଘ-ମିଆଦି ଲାଭ ( ଏ୍କ ବର୍ଷ ପରେ ବିକ୍ରି ହୋଇଥିବା ନିବେଶଗୁଡିକ ଉପରୁ ମିଳିଥିଲା ଲାଭ) ଟିକସ ମୁକ୍ତ ହୋଇଥାନ୍ତି ।
Comments are closed.