ଜଙ୍ଗଲ ନିଆଁ କୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ
ଭୁବନେଶ୍ଵର,୦୩/୦୩:ଜଙ୍ଗଲ ନିଆଁ କୁ ରୋକିବା ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କହିଛନ୍ତି ମୁଁ ନିଜେ ମନିଟରିଂ କରୁଛି । ୫୧ ଟି ସବ ଡିଭିଜନ ଉପରେ ସ୍ୱତନ୍ତ୍ର ନଜର ରଖା ଯାଇଛି । ଡ଼ିଏଫଓ ମାନଙ୍କ ସହ ରେଗୁଲାର ବୈଠକ ନିଆଯାଉଛି । ସହର କୁ ଲାଗିକିଥିବା ଜଙ୍ଗଲ ଗୁଡିକ ରେ ନିଆଁ ଲୋକେ ଲଗେଇ ଦେଉଛନ୍ତି । ବିଗତ ଦୁଇ ବର୍ଷ ମଧ୍ୟରେ ତଥ୍ୟ କହୁଛି non forest ଅଞ୍ଚଳରେ ଅଧିକ ନିଆଁ ଲାଗୁଛି । ଲୋକଙ୍କ ମଧ୍ୟରେ ସଚେତନତା ଅଭାବରୁ ଓ ମହୁଲ ଫୁଲ ସଂଗ୍ରହ ପାଇଁ ଲୋକେ ନିଆଁ ଲଗାଇ ଦେଉଛନ୍ତି । ଆଭ୍ୟନ୍ତରୀଣ ଜଙ୍ଗଲରେ ନିଆଁ ବହୁତ କମ ଲାଗୁଛି । ତଥାପି ବିଭାଗ ତୀକ୍ଷଣ ନଜର ରଖିଛି ଜଙ୍ଗଲ ନିଆଁ ଉପରେ । ଜଙ୍ଗଲ ନିଆଁ ରୋକିବାକୁ ପଦକ୍ଷେପ ନିଆଯାଉଛି ।

Comments are closed.