ପ୍ରତିଦିନ ଏକ ମୁଠା କାଲିଫର୍ଣ୍ଣିଆ ଆଲ୍ମଣ୍ଡ: ଆଜିର ବ୍ୟସ୍ତତାପୂର୍ଣ୍ଣ ଜୀବନଶୈଳୀରେ ସୁସ୍ଥ ରହିବା ପାଇଁ ଏକ ପ୍ରାକୃତିକ ଆଭିମୁଖ୍ୟ
ଭୁବନେଶ୍ୱର : ଆଲମଣ୍ଡ ବୋର୍ଡ ଅଫ କାଲିଫର୍ଣ୍ଣିଆ ପକ୍ଷରୁ ସ୍ୱସ୍ତି ପ୍ରିମିୟମ ହୋଟେଲଠାରେ ‘ଏ ହ୍ୟାଣ୍ଡଫୁଲ ଅଫ୍ ଆଲ୍ମଣ୍ଡସ ଏ ଡେ: ନ୍ୟାଚୁରାଲ ଆପ୍ରୋଚ ଟୁ ସପୋର୍ଟିଂ ହେଲ୍ଥ ଇନ ଟୁଡେସ୍ ଫାଷ୍ଟ-ପେସ୍ଡ ଲାଇଫ୍ଷ୍ଟାଇଲ’ ଶୀର୍ଷକ ଏକ ତଥ୍ୟପୂର୍ଣ୍ଣ ଅଧିବେଶନର ଆୟୋଜନ କରାଯାଇଛି । ଏହି ଅଧିବେଶନରେ ଏମବିବିଏସ୍ ଓ ନ୍ୟୁଟ୍ରିସନିଷ୍ଟ ଡା. ରୋହିଣୀ ପାଟିଲ, ଓଡିଆ ଅଭିନେତ୍ରୀ ନୈନା ଦାସ ତିୱାରୀଙ୍କ ସମେତ ବିଶିଷ୍ଟ ପ୍ୟାନେଲିଷ୍ଟ ମାନେ ଯୋଗ ଦେଇଥିଲେ ଯିଏ ଉପଯୁକ୍ତ ଆହାର ବିକଳ୍ପର ମହତ୍ୱ ଓ ଏକ ସନ୍ତୁଳିତ ଆହାର ବଜାୟ ରଖିବା ଉପରେ ଗୁରୁତ୍ୱ ଦେଇଥିଲେ । ଏହି ଆଲୋଚନା ସମୟରେ ପ୍ୟାନେଲିଷ୍ଟମାନେ ବିଶ୍ୱର ସବୁଠାରୁ ଲୋକପ୍ରିୟ କାଲିଫର୍ଣ୍ଣିଆ ଆଲ୍ମଣ୍ଡଗୁଡିକୁ ଆମର ଦୈନିକ ଆହାରରେ ସାମିଲ କରିବା ଦ୍ୱାରା ତାହା କିଭଳି ଆଜିର ବ୍ୟସ୍ତତାପୂର୍ଣ୍ଣ ଜୀବନଶୈଳୀରେ ଆମର ସାମଗ୍ରିକ ସ୍ୱାସ୍ଥ୍ୟରେ ସହଯୋଗ କରିପାରିଥାଏ ସେ ସମ୍ପର୍କରେ ଆଲୋକପାତ କରିଥିଲେ । ଭିଜେ ପୁଣ୍ୟଶ୍ଳୋକ ଏହି ଅଧିବେଶନକୁ ପରିଚାଳନା କରିଥିଲେ ।
ଏହି ଆଲୋଚନା ସମୟରେ ସିଜନ୍ଡ ନ୍ୟୁଟ୍ରିସନିଷ୍ଟମାନେ ଉତମ ସ୍ୱାସ୍ଥ୍ୟ ପାଇଁ ଏକ ସନ୍ତୁଳିତ ଆହାର ବଜାୟ ରଖିବା ଏବଂ ଆଲ୍ମଣ୍ଡ ଭଳି ପ୍ରାକୃତିକ ଖାଦ୍ୟକୁ ନିଜ ଆହାରରେ ସାମିଲ କରିବା ଉପରେ ମହତ୍ୱ ଦେଇଥିଲେ । ସେ ହାଇଲାଇଟ କରିଥିଲେ ଯେ, କାଲିଫର୍ଣ୍ଣିଆ ଆଲମଣ୍ଡଗୁଡିକ ପ୍ରୋଟିନ, ସୁସ୍ଥ ଫ୍ୟାଟ୍, ମ୍ୟାଗ୍ନେସିୟମ, କ୍ୟାଲସିୟମ, ଡାଏଟାରୀ ଫାଇବର ଓ ଜିଙ୍କ ଭଳି ୧୫ଟି ଜରୁରୀ ପୋଷକତତ୍ୱରେ ସମୃଦ୍ଧ, ଯାହା ରକ୍ତ ସର୍କରା ନିୟନ୍ତ୍ରଣ, ଓଜନ ପରିଚାଳନା, ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ଏବଂ ଏଲ୍ଡିଏଲ୍ ଓ କୋଲେଷ୍ଟ୍ରଲ ସ୍ତର ହ୍ରାସ କରିବା ଭଳି ଅନେକ ସ୍ୱାସ୍ଥ୍ୟ ଲାଭ ପ୍ରଦାନ କରିଥାଏ । ଏହି ଆଲୋଚନା ଆଇସିଏମ୍ଆର୍-ନ୍ୟାଶନାଲ ଇନ୍ଷ୍ଟିଚ୍ୟୁଟ ଅଫ୍ ନ୍ୟୁଟ୍ରିସନ (ଆଇସିଏମ୍ଆର୍-ଏନ୍ଆଇଏନ୍) ଦ୍ୱାରା ଭାରତୀୟଙ୍କ ପାଇଁ ସୁପାରିଶ କରାଯାଇଥିବା ଆହାର ନିର୍ଦ୍ଦେଶାବଳୀଗୁଡିକୁ ମଧ୍ୟ ଉଲ୍ଲେଖ କରାଯାଇଥିଲା ।
ଏସମ୍ପର୍କରେ ଏମ୍ବିବିଏସ୍ ଓ ନ୍ୟୁଟ୍ରିସ୍ନିଷ୍ଟ ରୋହିଣୀ ପାଟିଲ କହିଛନ୍ତି, “ଆମର ବ୍ୟସ୍ତ ଜୀବନଶୈଳୀ ଖରାପ ସ୍ୱାସ୍ଥ୍ୟ ପସନ୍ଦର କାରଣ ହୋଇଥାଏ । ଏହି କାରଣରୁ ମୁଁ ସବୁବେଳେ ମୋର ଗ୍ରାହକମାନଙ୍କୁ ପରାମର୍ଶ ଦେଇଥାଏ ଯେ, ଛୋଟ ଛୋଟ ପରିବର୍ତନ ଏକ ବଡ ପାର୍ଥକ୍ୟ ସୃଷ୍ଟି କରିପାରିବ- ଯେପରିକି ପ୍ରୋସେସ୍ଡ ସ୍ନାକଗୁଡିକୁ ଆଲମଣ୍ଡ ଭଳି ପ୍ରାକୃତିକ ବିକଳ୍ପ ସହ ବଦଳାଇବା । ପ୍ରୋଟିନ, ସୁସ୍ଥ ଫ୍ୟାଟ ଓ ଫାଇବର ଭଳି ୧୫ଟି ଜରୁରୀ ପୋଷକତତ୍ୱରେ ଭରି ରହିଥିବା କାଲିଫର୍ଣ୍ଣିଆ ଆଲମଣ୍ଡ ଆପଣଙ୍କୁ ବାରମ୍ବାର ଭୋକ ନଲାଗିବା, ଏକ ସୁସ୍ଥ ଓଜନ ବଜାୟ ରଖିବା, ହୃଦୟ ସ୍ୱାସ୍ଥ୍ୟରେ ସହଯୋଗ କରିବା, ରକ୍ତ ସର୍କରାକୁ ନିୟନ୍ତ୍ରଣ କରିବା ଓ ଉନ୍ନତ ତ୍ୱଚାରେ ସହଯୋଗ କରିଥାଏ ।”
ଲୋକପ୍ରିୟ ଓଡିଆ ଅଭିନେତ୍ରୀ ନୈନା ଦାସ ତିୱାରୀ କହିଛନ୍ତି, “ମନୋରଞ୍ଜନ ଶିଳ୍ପରେ ଥିବାରୁ ମୁଁ ସୁଟିଂ ସହିତ ପ୍ରାୟତଃ ଏକ ସୁସ୍ଥ ଜୀବନଶୈଳୀ ବଜାୟ ରଖିବା ପାଇଁ ଚେଷ୍ଟା କରିଥାଏ । ଆଲମଣ୍ଡ ପିଲାଦିନରୁ ମୋର ପସନ୍ଦର ସ୍ନାକ ଅଟେ ଯାହା ମୋତେ ଅଧିକ ସମୟ ପର୍ଯ୍ୟନ୍ତ ଭୋକ ନଲାଗିବା, ଓଜନ ନିୟନ୍ତ୍ରିତ ରଖିବା ଏବଂ ଅସ୍ୱାସ୍ଥ୍ୟକର ଖାଦ୍ୟରୁ ଦୂରେଇ ରହିବାରେ ସାହାଯ୍ୟ କରିଥାଏ । ମୋର ଦୈନିକ ରୁଟିନରେ ଆଲ୍ମଣ୍ଡକୁ ସାମିଲ କରିବା ତ୍ୱଚା ସମେତ ମୋର ସାମଗ୍ରିକ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ଦୃଶ୍ୟମାନ ଭିନ୍ନତା ଆସିଛି । ମୁଁ ଆଲମଣ୍ଡକୁ ଏହାର ପ୍ରାକୃତିକ ରୂପରେ ଖାଇବାକୁ ପସନ୍ଦ କରେ ଏବଂ ସବୁବେଳେ ଯାତ୍ରା ସମୟରେ ମୋ ସହ ଆଲମଣ୍ଡର ଏକ ବକ୍ସ ସାଥୀରେ ନେଇଥାଏ ।”
Comments are closed.