ପାକିସ୍ତାନ ପାଇଁ ଗୁପ୍ତଚର କରିବା ସନ୍ଦେହରେ ବିହାର ଯୁବକ ଗିରଫ

Share It

ପାକିସ୍ତାନ ପାଇଁ ଗୁପ୍ତଚର କରିବା ସନ୍ଦେହରେ ବିହାର କୋବଲେର ଅଂଚଳର ଜଣେ ୨୬ ବର୍ଷୀୟ ଯୁବକଙ୍କୁ ଗିରଫ କରିଛି ଭାରତୀୟ ସେନା । ଗିରଫ ଯୁବକଙ୍କ ନାମ ସୁନିଲ କୁମାର ହୋଇଥିବାବେଳେ ତାଙ୍କୁ ଭଟିଣ୍ଡା କ୍ୟାଣ୍ଟେମେଣ୍ଟରୁ ଗିରଫ କରାଯାଇଛି । ସେନା ଅଧିକାରୀଙ୍କ ପକ୍ଷରୁ ମିଳିଥିବା ସୂଚନା ମୁତାବକ ସୁନିଲ ମିଲିଟାରୀ ଅଂଚଳର ଅନେକ ଗୁରୁତ୍ୱପୂର୍ଣ୍ଣ ଫଟୋ ଏବଂ ତଥ୍ୟ ଜଣେ ପାକିସ୍ତାନୀ ମହିଳାଙ୍କୁ ହ୍ୱାଟସଆପ ମାଧ୍ୟମରେ ପଠାଉଥିଲେ ।
ଏଥିପାଇଁ ତାଙ୍କୁ ମୋଟା ଆକାରରେ ଟଙ୍କା ମଧ୍ୟ ମିଳୁଥିଲା । ବିଶେଷକରି ପାହଲଗାଓଁ ଆତଙ୍କବାଦୀ ଆକ୍ରମଣକୁ ନେଇ ପାକିସ୍ତାନ ସହ ଉତ୍ତେଜନା ଲାଗି ରହିଥିବା ବେଳେ ଏହି ଗିରଫଦାରୀ ରାଷ୍ଟ୍ରୀୟ ସୁରକ୍ଷା କୁ ନେଇ ବଡ଼ ଚିନ୍ତା ସୃଷ୍ଟି କରିଛି।


Share It

Comments are closed.