ରାଜଧାନୀରେ ଭୟଙ୍କର ଅଗ୍ନିକାଣ୍ଡ

Share It

ଭୁବନେଶ୍ୱର,୦୯/୦୪:ଭୁବନେଶ୍ୱର ଚିନ୍ତାମଣିଶ୍ଵର ଚମ୍ପା ପୋଖରୀ ନିକଟରେ ଥିବା ଏକ ତିନିତାଲା ବିଶିଷ୍ଟ ଘରେ ଆଜି ଭୟାବହ ଅଗ୍ନିକାଣ୍ଡ।ସନ୍ଧ୍ୟା ୬ ଟା ସମୟରେ ନିଆଁ ଲାଗିଥିବା ବେଳେ ଖବର ପାଇ ଅଗ୍ନିଶମ ବାହିନୀ ତତ୍କ୍ଷଣାତ୍ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ପ୍ରୟାସ ଆରମ୍ଭ କରିଥିଲେ। ଭୁବନେଶ୍ୱରରୁ ମୋଟ 3ଟି ଅଗ୍ନିଶମ ଟିମ୍ ଏହି ଅଭିଯାନରେ ମୁତୟନ ହୋଇଥିଲେ। ତ୍ୱରିତ କାର୍ଯ୍ୟାନୁଷ୍ଠାନ ଫଳରେ ନିଆଁକୁ ସଫଳତାର ସହ ଆୟତ୍ତକୁ ଅଣାଯାଇଥିଲା।

ଅଗ୍ନିଶମ ବାହିନୀର ବରିଷ୍ଠ ଅଧିକାରୀ ଘଟଣା ସମ୍ପର୍କରେ କହିଛନ୍ତି ଯେ, “ଅଗ୍ନିଶମ ବାହିନୀର ତ୍ୱରିତ ପଦକ୍ଷେପ ଫଳରେ ନିଆଁକୁ ସମ୍ପୂର୍ଣ୍ଣ ଭାବେ ଆୟତ୍ତ କରାଯାଇଛି। ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣାଧୀନ ଅଛି ଏବଂ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଜାରି ରହିଛି।”

ପ୍ରାଥମିକ ସୂଚନା ଅନୁଯାୟୀ, ଏହି ଅଗ୍ନିକାଣ୍ଡରେ କେବଳ ଘରର ତଳ ମହଲା ପ୍ରଭାବିତ ହୋଇଛି। ତଳ ମହଲାରୁ ନିଆଁକୁ ନିୟନ୍ତ୍ରଣ କରାଯାଇଥିବା ସହ ଅନ୍ୟାନ୍ୟ ମହଲା ସୁରକ୍ଷିତ ରହିଥିବା ବେଳେ କାହାର ବି ପ୍ରାଣହାନୀ ହୋଇନାହିଁ।


Share It

Comments are closed.