ଆହୁରି ୨୪ ଘଣ୍ଟା କୁଆପଥର ବର୍ଷା
ଭୁବନେଶ୍ୱର,୦୮/୦୪:ଘୁର୍ଣ୍ଣିବଳୟ ଓ ଟ୍ରପ ଲାଇନ ପ୍ରଭାବରେ ଆହୁରି ୨୪ ଘଣ୍ଟା ପ୍ରବଳ ବର୍ଷା। ତେବେ ସକାଳେ ଟାଇ ଟାଇ ଖରାକୁ ସନ୍ଧ୍ୟାରେ ବର୍ଷା ହେଉଥିବା ବେଳେ ଆସନ୍ତା ୨୪ ଘଂଟାରେ ସାରା ଓଡ଼ିଶାରେ ବର୍ଷା ସମ୍ଭାବନା ଦେଇଛି ପାଣିପାଗ ବିଭାଗ। ଭଦ୍ରକ, ଯାଜପୁର ,ମୟୁରଭଞ୍ଜ ,ବାଲେଶ୍ୱର ଓ କେନ୍ଦୁଝର ଏହି ୫ ଜିଲ୍ଲାରେ ବଜ୍ରପାତ ସହ ପ୍ରବଳ ବର୍ଷା ଓ କୁଆପଥର ବର୍ଷା ସମ୍ଭାବନା ଥିବା ବେଳେ ଅରେଞ୍ଜ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ । ଏହି ସବୁ ଜିଲ୍ଲାରେ ୫୦ ରୁ ୬୦କିମି ଝଡ ପବନ ବହିବାର ସମ୍ଭାବନା ରହିଛି । ସେହିପରି ୫ ଜିଲ୍ଲା ପରେ ଅବଶିଷ୍ଟ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ୩୦ ରୁ ୫୦ କିମି ଝଟକା ପବନ ବର୍ଷା ସମ୍ଭାବନା ଥିବା ବେଳେ କଟକ ,ଖୋର୍ଦ୍ଧା ଓ ନୟାଗଡ ଏହି ୩ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା କୁ ନେଇ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ।
ସେହିପରି ଆସନ୍ତାକାଲି ବର୍ଷାର ପ୍ରଭାବ କମିବା ସହ ମାଲକାନଗିରି କୋରାପୁଟ, ରାୟଗଡା ,ଗଜପତି ,ଗଂଜାମ ନୟାଗଡ ,ଖୋର୍ଦ୍ଧା,ପୁରୀ ,କଟକ ,ଜଗତସିଂହପୁର ,କେନ୍ଦ୍ରାପଡା ଯାଜପୁର,ଭଦ୍ରକ,ବାଲେଶ୍ୱର,ମୟୁରଭଂଜ ଓ କେନ୍ଦୁଝର ଏହି ୧୬ ଜିଲ୍ଲାରେ ବିଜୁଳୁ ଘଡଘଡି ସହ ହାଲୁକରୁ ମାଧ୍ୟମ ଧରଣର ବର୍ଷା ଏବଂ ୩୦ ରୁ ୫୦ କିମି ପବନ ଝଟକା ପବନ ବହିବାର ସମ୍ଭାବନା କୁ ନେଇ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ ।
୧୦ ତାରିଖ ଯାଏ ବର୍ଷା ସମ୍ଭାବନା ଥିବା ବେଳେ ପୁଣି ୧୨ ରୁ ପାଗରେ ପରିବର୍ତନ ସହ ୪ ରୁ ୬ ଡିଗ୍ରୀ ତାପମାତ୍ରା ବଢିବା ସହ ପ୍ରବଳ ଗରମ ଓ ଗୁଳୁଗୁଳୁ ହେବାର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ତାପମାତ୍ରା ବୃଦ୍ଧି ସହ ୧୧ ଜିଲ୍ଲାକୁ ଉଷ୍ମ ଓ ଆଦର ସ୍ଥିତି ପାଇଁ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ। ସେପଟେ ସମୁଦ୍ର ମଧ୍ୟରେ ପବନର ବିବେଗ ୬୦ ରୁ ୭୦ ସର୍ବାଧିକ ୮୦ କିମି ପବନ ବହିବାର ସମ୍ଭାବନା ଥିବା ବେଳେ ସମୁଦ୍ର ଅଶାନ୍ତ ରହିବ। ତେଣୁ ୨୪ ଘଣ୍ଟା ଅର୍ଥାତ ଆସନ୍ତାକାଲି ୮ ଟା ୩୦ ଯାଏଁ ସମୁଦ୍ରକୁ ମସ୍ଥ୍ୟଜୀବିଙ୍କୁ ଯିବାକୁ ବାରଣ କରିଛି ପାଣିପାଗ ବିଭାଗ ।
ଅନ୍ୟପଟେ ଗତ ୨୪ ଘଂଟାରେ ବାଙ୍କେଶ୍ଵର ରେ କୁଆପଥର ବର୍ଷା ସହ ୧୩ ଟି ସ୍ଥାନରେ ବର୍ଷା ରେକର୍ଡ ହୋଇଥିବା ବେଳେ ୨ ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ ହୋଇଛି। ସର୍ବାଧିକ ବର୍ଷା ଖୋର୍ଦ୍ଧା ଚିଲିକାରେ ୧୪୦ ମିମି ବର୍ଷା ରେକର୍ଡ ହୋଇଛି ।ସେହିପରି ଗତ କିଛିଦିନ ହେବ ବର୍ଷା ପ୍ରଭାବରେ ତାପମାତ୍ରା ହ୍ରାସ ପାଇଥିବା ବେଳେ ଟିଟିଲାଗଡ଼ ରେ ସର୍ବାଧିକ ୩୭.୭ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

Comments are closed.