ଭିଜିଲାନ୍ସ ଜାଲରେ ଯନ୍ତ୍ରୀ, ଘରୁ ପୁଳା ପୁଳା ଟଙ୍କା ଓ ସୁନା ଅଳଙ୍କାର ଜବତ

Share It

ଭୁବନେଶ୍ୱର,୦୮/୦୪:ସେଣ୍ଟ୍ରାଲ ଇରିଗେସନ ସର୍କଲ ର ଆଡିସିନାଲ ଚି଼ଫ ଇଂଜିୟନର ଙ୍କ ଘରେ ଭିଜିଲାନ୍ସ ରେଡ।ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ ରେ ଆଡିସିନାଲ ଚି଼ଫ ଇଂଜିୟନର ରାଜେଶ ଚନ୍ଦ୍ର ମହାନ୍ତି ଙ୍କ ଘରେ ରେଡ କରୁଛି ଭିଜିଲାନ୍ସ ।ଏକ କାଳିନ 6ଟି ସ୍ଥାନରେ ରେଡ କରୁଛି ଭିଜିଲାନ୍ସ ।ରେଡ ରେ ସାମିଲ ଅଛନ୍ତି ଜଣେ ଅତିରିକ୍ତ ଏସ୍ପି, 11ଜଣ DSP, 9ଜଣ ଇନ୍ସୀପେକ୍ଟର ଏବଂ 8ଜଣ ASI ।ବରମୁଣ୍ଡା ହାଉସିଂ ବୋର୍ଡ କଲୋନୀ ରେ ୩ ମହଲା ଘର, ଯାଜପୁର ବଡ଼ଚଣା ରେ ପୈତୃକ ଘର, ଢେଙ୍କାନାଳ ରେ ସମ୍ପର୍କୀୟ ଙ୍କ ଘର, ଭୁବନେଶ୍ୱର ରେ ଅଫିସ ଚାମ୍ବର, ଢେଙ୍କାନାଳ ରେ ୨ ମହାଲା ଘର ଓ ଫାର୍ମ ହାଉସ, କଟକ ରେ କ୍ଲୋଜ ଆସୋସିଏଟ ଙ୍କ ଘରେ ରେଡ କରୁଛି ଭିଜିଲାନ୍ସ।ବର୍ତ୍ତମାନ ସୁଦ୍ଧା କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି ସେନେଇ ସଂପୂର୍ଣ୍ଣ ଆକଳନ କରାଯାଇନାହିଁ ।


Share It

Comments are closed.