ଟ୍ରିବ୍ୟୁନାଲ ସମୟସୀମା ପୂର୍ବରୁ ବଡ଼ ପଦକ୍ଷେପ,ବୈଠକ ଡାକିଲେ ମୁଖ୍ୟମନ୍ତ୍ରୀ

Share It

ଭୁବନେଶ୍ୱର,୦୮/୦୪:ଦଶନ୍ଧି ଦଶନ୍ଧି ଧରି ଓଡ଼ିଶାର ଜୀବନ ରେଖା ମହାନଦୀକୁ ନେଇ ଲାଗି ରହିଛି ବିବାଦ । ଦୁଇ ରାଜ୍ୟ ମଧ୍ୟରେ ଯେତେ ସମୟ ଗଡୁଛି ସେତେ ବିବାଦ ବଢ଼ିବାରେ ଲାଗିଛି । ଆଉ ଏହାର ଭିତରେ ମହାନଦୀକୁ ନେଇ ଗଠନ ହୋଇଥିବା ଟ୍ରିବ୍ୟୁନାଲ ଶୁଣାଣି କରି ଆସୁଥିବା ବେଳେ କିନ୍ତୁ ମିଳି ପାରି ନାହିଁ ନ୍ୟାୟ । ଏମିତି କି ଟ୍ରିବ୍ୟୁନାଲଙ୍କ ସମୟ କାଳ ଚଳିତ ମାସରେ ଶେଷ ହେବାକୁ ଯାଉଛି । ଯାହାକୁ ନେଇ ଅଣ୍ଟା ଭିଡିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜି ମୁଖ୍ୟମନ୍ତ୍ରୀ ମହାନଦୀ ବିବାଦକୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ କରିବାକୁ ଯାଉଛନ୍ତି। ଯେଉଁଥିରେ ମହାନଦୀକୁ ନେଇ ଗଠିତ କମିଟି ସଦସ୍ୟଙ୍କ ସହ ବରିଷ୍ଠ ଅଧିକାରୀ ମାନେ ହେବେ ସାମିଲ । କେମିତି ବିବାଦର ସମାଧାନ କରିହେବ ସେଥିପାଇଁ ହୋଇପାରେ ରଣନୀତି । ବର୍ତ୍ତମାନ ସୁଦ୍ଧା ସମାଧାନ ଦିଗରେ କଣ ଅଗ୍ରଗତି ହୋଇଛି ତାହା ଉପରେ ଚର୍ଚ୍ଚା କରି ଅବଶକ୍ୟ ସ୍ଥଳେ କେନ୍ଦ୍ର ସରକାର ଓ ଛତିଶଗଡ଼ ସରକାରଙ୍କ ସହ ପୁନର୍ବାର ବୈଠକ ପରେ ମୁଖ୍ୟମନ୍ତ୍ରୀ ଆଲୋଚନା କରି ପାରନ୍ତି।


Share It

Comments are closed.