ଘୁର୍ଣ୍ଣିବଳୟ ଓ ଟ୍ରପ ପ୍ରଭାବରେ ଆହୁରି ଆହୁରି ୨ ଦିନ କୁଆପଥର ବର୍ଷା
ଭୁବନେଶ୍ୱର,୦୭/୦୪:ରାଜ୍ୟରେ କାଳବୈଶାଖୀର ତାଣ୍ଡବ ସହ କିଛି କିଛି ସ୍ଥାନରେ କୁଆପଥର ବର୍ଷା ହେଉଥିବା ବେଳେ ବର୍ଷା ଆହୁରି ୪ ଦିନ ରାଜ୍ୟରେ ବର୍ଷା ସହ କୁଆପଥର ବର୍ଷା ସମ୍ଭାବନା ଦେଇଛି ପାଣିପାଗ ବିଭାଗ। ୨୪ ଘଂଟାରେ ୬ ଜିଲ୍ଲାକୁ ଅରେଞ୍ଜ ବର୍ଣ୍ଣିଙ୍ଗ ଦେଇଛି ପାଣିପାଗ ବିଭାଗ। ଓଡିଶା ଓ ତା ପାଶ୍ୱବର୍ତୀ ଅଂଚଳ ଉପରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି। ସମୁଦ୍ର ପତନ ଠାରୁ ୦.୯ କିମି ଉଚ୍ଚତାରେ ଘୁର୍ଣ୍ଣିବଳୟ ଟି ସକ୍ରିୟ ଥିବା ବେଳେ ଏହାସହ ଏକ ଟ୍ରପ ଲାଇନ ମଧ୍ୟ ସକ୍ରିୟ ରହିଛି। ପ୍ରଭାବରେ ୪ ଦିନ ଯାଏ ରାଜ୍ୟରେ ବର୍ଷା ହେବାକୁ ଥିବା ବେଳେ ଆସନ୍ତା ୨୪ ଘଂଟାରେ ସାରା ରାଜ୍ୟରେ ବର୍ଷା ପବନ ଘଡଘଡି ଓ କୁଆପଥର ବର୍ଷା ସମ୍ଭାବନା ରହିଛି । ମୟୁରଭଞ୍ଜ ,ବାଲେଶ୍ୱର, ଭଦ୍ରକ, ସୁନ୍ଦରଗଡ, କେନ୍ଦୁଝର ଓ ଅନୁଗୁଳ ଏହି ୬ ଜିଲ୍ଲାରେ ବଜ୍ରପାତ ସହ ପ୍ରବଳ ବର୍ଷା ଏବଂ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କୁଆପଥର ବର୍ଷା ସହ ୫୦ ରୁ ୬୦ କିମି ଓଏବଂ ବହିବାର ସମ୍ଭାବନା କୁ ନେଇ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ସେହିପରି ଖୋର୍ଦ୍ଧା, କଟକ , ଢେଙ୍କାନାଳ, ଯାଜପୁର ଜଗତସିଂହପୁର ଓ କେନ୍ଦ୍ରାପଡା ଏହି ୬ ଜିଲ୍ଲାରେ ପ୍ରବଳ ବର୍ଷାକୁ ନେଇ ମଧ୍ୟ ଅରେଞ୍ଜ ଆଲର୍ଟ ଜାରି କରିଛି।ସେହିପରି ଅବଶିଷ୍ଟ ୧୮ ଜିଲ୍ଲାରେ ବିଜୁଳି ଘଡଘଡି ସହ ୩୦ ରୁ ୫୦ କିମି ପବନ ବହିବାର ସମ୍ଭାବନା କୁ ନେଇ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ। ସେହିପରି ଆସନ୍ତାକାଲି ସାରା ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି।ମୟୁରଭଞ୍ଜ କେନ୍ଦୁଝର ଓ ଯାଜପୁର ଏହି ୩ ଜିଲ୍ଲାରେ ପ୍ରବଳ ବର୍ଷା ସହ ବଜ୍ରପାତ ଓ କୁଆପଥର ବର୍ଷା ସମ୍ଭାବନା ଥିବା ବେଳେ ୫୦ ରୁ ୬୦ କିମି ପବନ ବହିବାର ସମ୍ଭାବନା ରହିଛି । ତେଣୁ ଏହି ୩ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।ଅବଶିଷ୍ଟ ୨୭ ଜିଲ୍ଲାରେ ବିଜୁଳି ଘଡଘଡି ବର୍ଷା ଓ ୩୦ ରୁ ୫୦ କିମି ପବନ ବହିବାର ସମ୍ଭାବନା ଥିବା ବେଳେ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ।୧୦ ତାରିଖ ଯାଏ ବର୍ଷା ସମ୍ଭାବନା ରହିଥିବା ବେଳେ ୩ ଦିନ ଯାଏ ତାପମାତ୍ରାରେ କୌଣସି ପରିବର୍ତନ ନାହିଁ । ୩ ଦିଦିନ ପରେ ୪ ରୁ ୬ ଡିଗ୍ରୀ ତମପତ୍ର ପୁଣି ବୃଦ୍ଧି ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
ଅନ୍ୟପଟେ ୧୩ ସ୍ଥାନରେ ବର୍ଷ ସହ ଗଂଜାମ ଓ ବରଗଡ଼ ରେ ପ୍ରବଳ ବର୍ଷା ହୋଇଥିବା ବେଳେ ଝାରସୁଗୁଡା ରେ କୁଆପଥର ଵର୍ଷା ହୋଇଥିଲା। ଗଂଜାମ ସେରଗଡରେ ୧୦୫ ମିମି ସର୍ବାଧିକ ବର୍ଷା ରେକର୍ଡ ହୋଇଛି। ସେହିପରି ୧୨ ଟି ସ୍ଥାନରେ ୩୫ ଡିଗ୍ରୀ ଉପରେ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ସର୍ବାଧିକ ତାପମାତ୍ରା ବୌଦ୍ଧ ରେ ୩୮.୩ ମିମି ରେକର୍ଡ ହୋଇଛି ।


Comments are closed.