୧୯ ବର୍ଷିୟା ବିବାହିତ ମହିଳାଙ୍କୁ ପ୍ରେମିକଙ୍କ ସହ ରହିବାକୁ ଅନୁମତି ଦେଲେ କୋର୍ଟ
ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶ ହାଇକୋର୍ଟର ଗ୍ୱାଲିୟର ବେଂଚ ଏକ ବହୁ ପ୍ରତିକ୍ଷୀତ ମାମଲାର ଶୁଣାଣି କରି ୧୯ ବର୍ଷର ବିବାହିତ ମହିଳାଙ୍କୁ ତାଙ୍କ ପ୍ରେମିକ ସହ ରହିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି । ବିବାହର ୧ବର୍ଷ ମଧ୍ୟରେ ସ୍ତ୍ରୀ ସ୍ୱାମୀଙ୍କୁ ଛାଡି ନିଜ ପ୍ରେମିକା ସହ ରହିଆସୁଥିଲା । କୋର୍ଟ ରେ ଶୁଣାଣି ସମୟରେ ସ୍ତ୍ରୀ ରୋକଠୋକ କହିଥିଲା ଯେ ସ୍ୱାମୀଙ୍କ ସହ ତାଙ୍କ ଜୀବନ ସୁଖମୟ ନଥିଲା ଏଥିପାଇଁ ସେ ପ୍ରେମୀକଙ୍କ ସହ ରହିବା ପାଇଁ ଚାହୁଁଛନ୍ତି ।
୧୯ ବର୍ଷୀୟା ନନ୍ଦିନୀ (ଛଦ୍ମ ନାମ)ଙ୍କୁ ଯେତେବେଳେ ବଚାରପତିି ତାଙ୍କର ସ୍ୱତନ୍ତ୍ର ଇଚ୍ଛା କ’ଣ ପଚାରିଥିଲେ ସେତେବେଳେ ସେ ଉତ୍ତରରେ କହିଥିଲେ ଯେ, ତାଙ୍କୁ ୧୯ ବର୍ଷ ଏବଂ ତାଙ୍କ ସ୍ୱାମୀଙ୍କୁ ୪୦ ବର୍ଷ । ଆମ ମଧ୍ୟରେ ବୟସ ଦୂରତା ୨୧ ବର୍ଷ ଯେଉଁଥିପାଇଁ ଆମ ଦାମ୍ପତ୍ୟ ଜୀବନ ସୁଖମୟ ହୋଇପାରିଲା ନାହିଁ ଏହା ବାଦ ସ୍ୱାମୀ ମୋ ସହ ଦୁଃବ୍ୟବହାର ମଧ୍ୟ କରନ୍ତି । ଏହି ସବୁ କାରଣ ପାଇଁ ମୁଁ ପ୍ରେମିକ ସହ ରହିବାକୁ ଲାଗିଲି ଏବଂ ଆଗକୁ ମଧ୍ୟ ତାଙ୍କ ସହ ରହିବାକୁ ଚାହୁଁଛି ।
ନନ୍ଦିନୀ କେବଳ ସ୍ୱାମୀ ନୁହେଁ ବରଂ ମାତା-ପିତାଙ୍କ ସହ ରହିବାକୁ ମଧ୍ୟ ମନା କରିଦେଇଛନ୍ତି । କୋର୍ଟ ନନ୍ଦିନୀଙ୍କୁ କାଉଂସିଲିଙ୍ଗ କରିବା ସତ୍ତ୍ୱେ ସେ ପ୍ରେମିକା ସହ ରହିବା ପାଇଁ ଇଚ୍ଛା ଜଣାଇବା କାରଣରୁ କୋର୍ଟ ତାଙ୍କୁ ପ୍ରେମିକ ସହ ରହିବା ପାଇଁ ଅନୁମତି ଦେଇଛନ୍ତି ।
ନନ୍ଦୀଙ୍କ ସ୍ୱାମୀ ଅନନ୍ତ କୋର୍ଟରେ ଏକ ମାମଲା ଦାୟର କରିଥିଲେ । ଯେଉଁଥିରେ ଦର୍ଶାଯାଇଥିଲା ଯେ, ତାଙ୍କ ସ୍ତ୍ରୀ ନନ୍ଦିନୀ ତାଙ୍କ ପ୍ରେମିକଙ୍କ ସହ ଅବୈଧ ଭାବରେ ରହୁଛନ୍ତି । ଏହା ପରେ ପୋଲିସ ତାଙ୍କୁ ୱାନ ଷ୍ଟପ ସେଂଟରରେ ରଖିଥିଲା । କୋର୍ଟରେ ଶୁଣାଣି ସମୟରେ ନନ୍ଦିନୀଙ୍କ ସ୍ୱାମୀଙ୍କ ଛଡା ତାଙ୍କ ପ୍ରେମିକ ଏବଂ ତାଙ୍କ ପିତାମାତା ମଧ୍ୟ ଉପସ୍ଥିତ ଥିଲେ । ସେହି ସମୟରେ ସେ କହିଥିଲେ ଯେ, ସେ ନାବାଳିକ ଅଟନ୍ତି ଏବଂ କାହା ଦ୍ୱାରା ଚାପଗ୍ରସ୍ତ ହୋଇ ନାହାନ୍ତି ଏବଂ ସଂପୂର୍ଣ୍ଣ ଜୀବନ ନିଜ ପ୍ରେମିକ ସହ ବିତାଇବା ପାଇଁ ଚାହୁଁଛନ୍ତି ।

Comments are closed.