ଓଡ଼ିଆ ପକ୍ଷ ପାଳନ:ଦେବାଳୟ ଓ ପର୍ଯ୍ୟଟନସ୍ଥଳୀ ଗୁଡ଼ିକରେ ସ୍ୱଚ୍ଛତା ଅଭିଯାନ
ଭୁବନେଶ୍ୱର,୦୬/୦୪:ଓଡ଼ିଆ ସାଂସ୍କୃତିକ ମୂଲ୍ୟବୋଧ, ଚାଲି ଚଳଣି, ଗାଥା ଗୌରବ, ଆମ ପରମ୍ପରା, ଆମ ପରିଚୟକୁ ବିଶ୍ଵ ଦରବାରରେ ପହଞ୍ଚାଇବାକୁ ପାଳନ ହେଉଛି ‘ଓଡ଼ିଆ ପକ୍ଷ- ୨୦୨୬।ତେବେ ଆଜି ଓଡ଼ିଆ ପକ୍ଷ ପାଳନର ଷଷ୍ଠ ଦିବସ ଅବସରରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଆଜି ବିଭିନ୍ନ ଦେବାଳୟ ଏବଂ ଐତିହସ୍ଥଳ ସଫେଇ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ପ୍ରଥମେ ଏହା ଲିଙ୍ଗରାଜ ମନ୍ଦିର ପରିସରରରୁ ସଫେଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।ଆଜି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସବୁଠି ସ୍ଵଛ ଓଡ଼ିଆ ଦିବସ ପାଳନ କରାଯାଉଛି। ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ଏହି ପକ୍ଷ ପାଳନ ହେବ । ଏହି ଅବସରରେ ଭୁବନେଶ୍ବର ମହାନଗର ନିଗମ କମିଶନର କହିଛନ୍ତି ଭୁବନେଶ୍ବର କୁ ସବୁଜ ସୁନ୍ଦର ଓ ସଫା ରଖିବା ଦାୟିତ୍ଵ ସମସ୍ତଙ୍କର। ପ୍ରଧାନମନ୍ତ୍ରୀ ଙ୍କ ଆହ୍ୱାନରେ ସବୁଠି ଏବେ ସ୍ଵଚ୍ଛ ଭାରତ ମିଶନ ରହିଛି। ଓଡିଶା ମଧ୍ଯ ପଛରେ ରହିବ ନାହିଁ।ପ୍ରଭୁ ଲିଙ୍ଗରାଜ ଆମ ଆରାଧ୍ୟ ତେଣୁ ତାଙ୍କରି ସେବାରୁ ଏହି ସ୍ଵଚ୍ଛ ଦିବସ ପାଳନ କରାଯାଉଥିବା କହିଛନ୍ତି ମେୟର ସୁଲୋଚନା ଦାସ।

Comments are closed.