ନିଯୁକ୍ତି ଦାବିରେ ଗର୍ଜିଲେ ହାଇସ୍କୁଲ ଶିକ୍ଷକ ଆଶାୟୀ ସଂଘ
ଭୁବନେଶ୍ୱର,୦୬/୦୪:ନିଯୁକ୍ତି ଦାବିରେ ଧାରଣାକୁ ଓହ୍ଲାଇଲେ ଓଡିଶା ହାଇସ୍କୁଲ ଆଶାୟୀ ଶିକ୍ଷକ ସଂଘ।ଲୋୟର ପିଏମଜି ରେ ଆନ୍ଦୋଳନ କରୁଛନ୍ତି ଆଶାୟୀ ଶିକ୍ଷକ।ଦୀର୍ଘ ୨ ବର୍ଷ ଧରି ଯୋଗ୍ୟତା ପ୍ରାପ୍ତ ହୋଇଥିଲେ ମଧ୍ୟ ମିଳିନାହିଁ ଚାକିରି। କିନ୍ତୁ ସରକାର ଏହି ଶିକ୍ଷକ ଙ୍କ ସ୍କୁଲରେ ନିଯୁକ୍ତି ନ ଦେଇ ବରଂ ଅବସରପ୍ରାପ୍ତ ଶିକ୍ଷକ ମାନଙ୍କୁ ନିଯୁକ୍ତି ଦେଉଛନ୍ତି ଯାହା ଗ୍ରହଣୀୟ ନୁହେଁ। ତଥ୍ଯ ଅନୁସାରେ ପାଖାପାଖି ୧୩,୦୦୦ ଶିକ୍ଷକ ପଦବୀ ହାଇସ୍କୁଲ ରେ ଖାଲି ପଡ଼ିଛି।ପୂର୍ଣ୍ଣ ସହାୟତା ପ୍ରାପ୍ତ ୧୬୫୨, ନୂତନ ସହାୟତା ପ୍ରାପ୍ତ ୫୫୩୮, ପୂର୍ଣ୍ଣ ସରକାରୀ ହାଇସ୍କୁଲରେ ୫୫୬୮ ପଦବୀ ଖାଲି। ଏତେ ସଂଖ୍ୟା ଖାଲି ପଡିଥିବାବେଳେ ୨୦୨୫_୨୦୨୬ ବର୍ଷରେ ପଦବୀ ପୂରଣ ପାଇଁ ଗୋଟିଏ ବିଜ୍ଞପ୍ତି ପ୍ରକାଶ ପାଇନାହିଁ।ଯାହା ଫଳରେ ଲକ୍ଷ ଲକ୍ଷ ଆଶାୟୀ ଶିକ୍ଷକ ବେକାର ହୋଇ ବୁଲୁଛନ୍ତି। ତେଣୁ ସଂଘ ଦାବି କରିଛି SSB TGT ପଦବୀ ସଂଖ୍ୟା ବୃଦ୍ଧି କରାଯାଉ, ପୋଷ୍ଟିଂ ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଉ।
Comments are closed.