LED ବଲବ ବ୍ୟବହାର କରନ୍ତୁ, କମିବ ବିଜୁଳି ବିଲ୍!
ଭୁବନେଶ୍ୱର : ବର୍ତ୍ତମାନ ସମୟରେ ବିଜୁଳି ସଂଚୟ କରିବା ଆମ ବଜେଟ ପାଇଁ ଅତ୍ୟନ୍ତ ଜରୁରୀ ହୋଇପଡିଥିବାବେଳେ ତା ଠାରୁ ଅଧିକ ଜରୁରୀ ଆମେ ପରିବେଶ ପାଇଁ । ଏଥିପାଇଁ ପାରମ୍ପରିକ ବଲ ଅପେକ୍ଷା ଏଲଇଡି ବଲବର ବହୁଳ ବ୍ୟବହାର କରାଯାଉଛି । ଏଥିପାଇଁ ସଠିକ ବଲ ଚୟନ କରି ଆପଣ ଆପଣଙ୍କ ବିଜୁଳି ସଂଚୟ ପାଇଁ ବଡ ପରିବର୍ତ୍ତନ କରିପାରିବେ ।
ପୁରୁଣା ବଲବ ତୁଳନାରେ ଏଲଇଡି ବଲବ ୮୦ରୁ୯୦ ପ୍ରତିଶତ କମ ବିଜୁଳି ଖର୍ଚ୍ଚ କରେ ଏବଂ ଅଧିକ ସମୟ ପର୍ୟ୍ୟନ୍ତ ଚାଲେ । ତେବେ ଅନେକଙ୍କ ମନରେ ଏହି ପ୍ରଶ୍ନ ଆସେ ଯଦି ୯ ୱାଟର ଏଲଇଡି ବଲ ୨୪ ଘଂଟା ପର୍ୟ୍ୟନ୍ତ ଚାଲେ ତେବେ ବିଜୁଳି ଉପରେ ଏହା କେତେ ପ୍ରଭାବ ପଡିବ ? ଚାଲନ୍ତୁ ଜାଣିବ ।
ଆଜିକାଲି ଅଧିକାଂଶଙ୍କ ଘରେ ଏଲଇଡି ବଲବର ବହୁଳ ବ୍ୟବହାର କରାଯାଏ କାରଣ ଏହା ଅଳ୍ପ ବିଜୁଳିରେ ଅଧିକ ଆଲୁଅ ଦିଏ । ଅନେକ ଲୋକଙ୍କ ମନରେ ଏହି ପ୍ରଶ୍ନ ଆସେ ଯେ, ଯଦି ଏଲଇଡି ବଲବ ୨୪ ଘଂଟା ଚାଲେ ତେବେ କେତେ ବିଜୁଳି ଖର୍ଚ୍ଚ କରିବ ଏବଂ କେତେ ବିଲ ଆସିବ । ସର୍ବପ୍ରଥମେ ଆମେ ଭୋଲ୍ଟକୁ କିଲୋୱାଟରେ ପରିବର୍ତ୍ତନ କରିବା କାରଣ ବିଜୁଳିର ବିଲ କିଲୋୱାଟରେ ଆସିଥାଏ ।
ଅର୍ଥାତ ୯ ୱାଟ = ୦.୦୦୯ କିଲୋୱାଟ
ଯଦି ଏହି ୯ ୱାଟର ଏଲଇଡି ପୁରା ୨୪ ଘଂଟା ଚାଲେ ତେବେ ୦.୦୦୯ ଙ୍ଘ ୯ ୱାଟ = ୦.୨୧୬ ୟୁନିଟ(କିଲୋୱାଟ) ହେବ । ଅର୍ଥାତ୍ ଗୋଟିଏ ୯ ୱାଟ୍ର ଏଲଇଡି ବଲବ ଦିନକୁ ମାତ୍ର ୦.୨୧୬ ୟୁନିଟ୍ ବିଦ୍ୟୁତ୍ ଖର୍ଚ୍ଚ କରିଥାଏ, ଯାହାକି ବହୁତ କମ୍ ବୋଲି ଧରାଯାଏ।
ଯଦି ଖର୍ଚ୍ଚ କଥା କହିବା, ଧରିନିଅନ୍ତୁ ଆପଣଙ୍କ ଅଞ୍ଚଳରେ ୟୁନିଟ୍ ପିଛା ବିଜୁଳି ଦର ୮ ଟଙ୍କା, ତେବେ ଦିନକର ଖର୍ଚ୍ଚ ହେବ:
୦.୨୧୬ ଙ୍ଘ ୮ = ପ୍ରାୟ ୧.୭୩ ଟଙ୍କା।
ଗୋଟିଏ ୯ ୱାଟ୍ର ଏଲଇଡି ବଲବ ଦିନସାରା (୨୪ ଘଣ୍ଟା) ଜଳିଲେ ପ୍ରାୟ ୧.୭୩ ଟଙ୍କାର ବିଜୁଳି ବିଲ୍ ଆସିଥାଏ । ଯଦି ଏହି ବଲବଟି ପ୍ରତିଦିନ ଏମିତି ଜଳେ, ତେବେ ୩୦ ଦିନ ବା ମାସକର ଖର୍ଚ୍ଚ ହେବ:
୧.୭୩ ଙ୍ଘ ୩୦ = ପ୍ରାୟ ୫୨ ଟଙ୍କା ।
ଏହି ଉଦାହରଣରୁ ପ୍ରମାଣିତ ହେଉଛି କି, ଯଦି ପୂରା ମାସ ଆପଣଙ୍କ ଘରେ ଖଋଊ ବଲ୍ବଟି ଅଟକଳ ଭାବେ ଲଗାତାର ଜଳି ରହେ, ତଥାପି ଏହା ପ୍ରାୟ ୫୦ ରୁ ୫୫ ଟଙ୍କା ପର୍ୟ୍ୟନ୍ତ ହିଁ ବିଜୁଳି ବିଲ୍ କରିଥାଏ । ୟାର ମାନେ ହେଉଛି, ଦିନସାରା ବଲ୍ବ ଜଳାଇଲେ ମଧ୍ୟ ଖର୍ଚ୍ଚ ୨ ଟଙ୍କାରୁ ବି କମ୍ ଆସିଥାଏ।
Comments are closed.