କୋରାପୁଟରେ ଭୂମିକମ୍ପ ଝଟକା
କୋରାପୁଟ,୦୫/୦୪:କୋରାପୁଟରେ ମୃଦୁ ଭୂମିକମ୍ପ ଝଟ୍କା ଅନୁଭୂତ। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୪ ରେକର୍ଡ କରାଯାଇଥିବା ବେଳେ ଗତକାଲି ରାତି ପ୍ରାୟ ସାଢ଼େ ୧୧ଟାରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିଲା।ବିଳମ୍ବିତ ରାତ୍ରିରେ ଭୟରେ ଲୋକମାନେଘରୁ ବାହାରକୁ ପଳାଇଆସିବା ସହ ଘରର ଆସବାବପତ୍ର ଦୋହଲିଯାଇଥିଲା । ପ୍ରାୟ ୧୨ ସେକେଣ୍ଡ ଧରି ଭୂକମ୍ପ ଅନୁଭୂତ ହୋଇଥିଲା । ଯାହା ଲୋକଙ୍କ ଭିତରେ ଆତଙ୍କ ଖେଳାଇଦେଇଥିଲା ।ଏହି ଭୂକମ୍ପ କୋରାପୁଟ, ଜୟପୁର, ଲମତାପୁଟ, ସୁନାବେଡ଼ା, ବୋରିଗୁମ୍ମା ,ସେମିଳିଗୁଡ଼ା, ନନ୍ଦପୁର, ପଟାଙ୍ଗୀ ଓ ଦାମନଯୋଡ଼ିରେ ବି ଝଟ୍କା ଅନୁଭୂତ ହୋଇଛି।ଭୂକଂପ ନେଇ ନ୍ୟାସନାଲ ସେଣ୍ଟର ଫର୍ ସେସମଲୋଜି ପକ୍ଷରୁ ସୂଚନା ମିଳିଛି।

Comments are closed.