ଋଣବୋଝକୁ ନେଇ ଚିନ୍ତାଗ୍ରସ୍ତ ଅଛନ୍ତି କି ? ମଙ୍ଗଳବାର-ଶନିବାର କରନ୍ତୁ ଏହି ଉପାୟ !

Share It

ଭୁବନେଶ୍ୱର : ବର୍ତ୍ତମାନ ସମୟରେ ଅଧିକାଂଶ ଲୋକ କୌଣସି ନା କୌଣସି ଋଣ ବୋଝକୁ ନେଇ ଚିନ୍ତାରେ ଅଛନ୍ତି । ବୈଦିକ ଜ୍ୟୋତିଶ ଶାସ୍ତ୍ରରେ ଋଣ ବୋଝରୁ ମୁକ୍ତ ପାଇବା ପାଇଁ କିଛି ପ୍ରଭାବଶାଳୀ ଉପାୟ ବର୍ଣ୍ଣନା କରାଯାଇଛି । ଋଣ ବୋଝରୁ ମୁକ୍ତ ପାଇବା ପାଇଁ କ’ଣ ସେହି ଉପାୟ ଜାଣନ୍ତୁ ? । ଋଣର ଅର୍ଥାତ ଏହା କେବଳ ଆର୍ଥିକ ବୋଝ ନୁହେଁ ଏହା ମାନସିକ ଅଶାନ୍ତିର ମଧ୍ୟ କାରଣ ହୋଇଥାଏ । ଅନେକ ଥର ବ୍ୟକ୍ତି ଚାହିଁ ମଧ୍ୟ ମୁକୁଳି ପାରେ ନାହିଁ । ଏଭଳି ପରିସ୍ଥିତିରେ ଜ୍ୟୋତିଶ ଏବଂ ଧାର୍ମିକ ଉପାୟ ମନକୁ ସ୍ଥିର କରିବା ସହିତ ସକରାତ୍ମକ ଉର୍ଜା ମଧ୍ୟ ପ୍ରଦାନ କରିଥାଏ । ଏଠାରେ କିଛି ସରଳ ଏବଂ ପ୍ରଭାବୀ ଉପାୟ ଆମେ ଆପଣଙ୍କୁ କହିବୁ ଯାହାକୁ ଶ୍ରଦ୍ଧା ଓ ନିୟମରେ କଲେ ଆପଣଙ୍କୁ ଫାଇଦା ମିଳିପାରିବ ।

ଋଣ ମୁକ୍ତି ସହିତ ଜଡ଼ିତ ପ୍ରଥମ ଉପାୟ କରିବା ପାଇଁ ମଙ୍ଗଳବାର ଦିନଟିକୁ ବିଶେଷ ଶୁଭ ବୋଲି ମାନାଯାଏ। ଶୁକ୍ଳ ପକ୍ଷର କୌଣସି ଏକ ମଙ୍ଗଳବାର ଦିନ ‘ମଙ୍ଗଳ ହୋରା’ ସମୟରେ ଏହି ଉପାୟଟି କରନ୍ତୁ। ଏଥିପାଇଁ ଆପଣ ଏକ ନାଲି କିମ୍ବା କମଳା ରଙ୍ଗର ୪ X ୪ ସାଇଜର ଡ୍ରଇଂ ସିଟ୍ (କାଗଜ) ଖଣ୍ଡେ ନିଅନ୍ତୁ। ଅନାର (ଡାଳିମ୍ବ) ଗଛର କାଠିକୁ କଲମ ଭାବେ ବ୍ୟବହାର କରି ରକ୍ତ ଚନ୍ଦନ ଏବଂ ରୋଲିର କାଳିରେ ଏକ ଯନ୍ତ୍ର ତିଆରି କରନ୍ତୁ। ଏହି ଯନ୍ତ୍ରକୁ ନିଜ ପୂଜା ସ୍ଥାନରେ ସ୍ଥାପନ କରି ନିୟମିତ ପୂଜା କରନ୍ତୁ। ବିଶ୍ୱାସ ରହିଛି ଯେ, ଏହି ଉପାୟ କରିବା ଦ୍ୱାରା ଧୀରେ ଧୀରେ କର୍ଜ ବୋଝ କମିବାକୁ ଲାଗେ।

ଋଣ ମୁକ୍ତି ପାଇଁ ଦ୍ୱିତୀୟ ଉପାୟ ହେଉଛି ଶନିବାର ଦିନ ବଟୁକ ଭୈରବଙ୍କ ପୂଜା କରିବା, ଯାହା ବିଶେଷ ଭାବେ ଫଳଦାୟୀ ବୋଲି ମାନାଯାଏ। ଏହି ଉପାୟ ପାଇଁ କଞ୍ଚା ସୂତାରେ ସମାନ ମାପର ୨୧ଟି ସଳିତା ତିଆରି କରନ୍ତୁ। ଭୈରବ ମନ୍ଦିରରେ ଏହି ୨୧ଟି ଦୀପ ଜଳାନ୍ତୁ। ଏହାପରେ କଳା ଆସନରେ ବସି ଭୈରବ ଜୀଙ୍କୁ ପ୍ରାର୍ଥନା କରନ୍ତୁ। ଏହା ସହିତ ଚଣ୍ଡ, ପ୍ରଚଣ୍ଡ, ଊର୍ଦ୍ଧ୍ୱ କେଶ, ଭୀଷଣ, ଅଭୀଷଣ, ବ୍ୟୋମକେଶ, ବ୍ୟୋମବାହୁ ଏବଂ ବ୍ୟୋମ ବ୍ୟାପକ – ଏହି ୮ଟି ନାମ ଜପ କରନ୍ତୁ।
ଋଣରୁ ମୁକ୍ତି ପାଇବା ପାଇଁ ତୃତୀୟ ସବୁଠାରୁ ପ୍ରଭାବଶାଳୀ ଉପାୟ ହେଉଛି ଶନିଦେବ ଏବଂ ହନୁମାନ ଜୀଙ୍କ ପୂଜା କରିବା।

ଯଦି ବ୍ୟବସାୟରେ କ୍ରମାଗତ ଭାବେ କ୍ଷତି ହେଉଥାଏ କିମ୍ବା କର୍ଜ ବଢ଼ିଚାଲିଥାଏ, ତେବେ ଏହି ଉପାୟଟି ବିଶେଷ ଭାବେ ଲାଭଦାୟକ ହୋଇଥାଏ। ଏଥିପାଇଁ ଶନିବାର କିମ୍ବା ଅମାବାସ୍ୟା ଦିନ ଓସ୍ତ କିମ୍ବା ବର ଗଛର ଏକ ପତ୍ର ତୋଳନ୍ତୁ। ସେହି ପତ୍ର ଉପରେ “ଶାନ୍ତିରସ୍ତୁ, ପୁଷ୍ଟିରସ୍ତୁ, ତୁଷ୍ଟିରସ୍ତୁ” ଲେଖନ୍ତୁ। ପତ୍ର ଉପରେ ଏକ ତମ୍ବା ମୁଦ୍ରା (ସିକ୍କା) ରଖି ତାହାକୁ କୌଣସି ଏକ ଧର୍ମ ଗ୍ରନ୍ଥ ମଧ୍ୟରେ ରଖି ଦିଅନ୍ତୁ। ଏହି ପ୍ରକ୍ରିୟାକୁ ଲଗାତାର ୧୧ଟି ଶନିବାର ପର୍ଯ୍ୟନ୍ତ କରନ୍ତୁ। ଏହା ସହିତ ପ୍ରତି ଶନିବାର ହନୁମାନ ମନ୍ଦିରରେ ବିରି ଡାଲିର ପ୍ରସାଦ ଚଢ଼ାନ୍ତୁ।

ଋଣରୁ ମୁକ୍ତି ପାଇବା ପାଇଁ ଚତୁର୍ଥ ଉପାୟ ହେଉଛି ହନୁମାନ ଜୀଙ୍କର ସାଧନା କରିବା। ଏହା ବ୍ୟତୀତ ପ୍ରତିଦିନ ହନୁମାନ ଚାଳିଶା ଓ ବଜରଙ୍ଗ ବାଣ ପାଠ କରିବା ସହିତ ‘ସୀତା-ରାମ’ ନାମକୁ ୧ ମାଳା ଜପ କରନ୍ତୁ। ଏହା ସହିତ ମଙ୍ଗଳବାର ଏବଂ ଶନିବାର ଦିନ ବିରି ଡାଲିରେ ତିଆରି ପ୍ରସାଦ ଚଢ଼ାନ୍ତୁ। ଏହି ଦିନମାନଙ୍କରେ ପଶ୍ଚିମ ଦିଗକୁ ମୁହଁ କରି ଭୋଜନ କରନ୍ତୁ। ଏହା ଦ୍ୱାରା ମନ ଶାନ୍ତ ରହିବା ସହ ଆର୍ôଥକ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ।’


Share It

Comments are closed.