ଭାରତର ବିକାଶ ଗାଥାରେ ଧାମରା ପୋର୍ଟର ଦୃଢ ଅବଦାନ,ଓଡିଶାର ଅର୍ଥନୀତିକୁ ନୂଆ ଗତି

Share It

ଧାମରା, ୦୪/୦୪:ଧାମରା ପୋର୍ଟ କମ୍ପାନୀ ଲିମିଟେଡ୍ (ଡିପିସିଏଲ୍) ଚଳିତ ୨୦୨୫-୨୬ ଆର୍ଥିକ ବର୍ଷରେ ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତା ପ୍ରଦର୍ଶନ କରି ମୋଟ ୪୮.୮୦ ମିଲିୟନ ମେଟ୍ରିକ ଟନ୍ (ଏମ୍‌ଏମ୍‌ଟି) କାର୍ଗୋ ପରିଚାଳନା କରି ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛି। ଏହା ପୂର୍ବ ଆର୍ଥିକ ବର୍ଷର ୪୬.୦୮ ଏମ୍‌ଏମ୍‌ଟି ରେକର୍ଡକୁ ଅତିକ୍ରମ କରି ପୋର୍ଟର ଦ୍ରୁତ ଅଗ୍ରଗତିକୁ ପ୍ରତିପାଦିତ କରୁଛି।ଡିପିସିଏଲ୍‌ର ଏହି ସଫଳତା ପୋର୍ଟର ସମଗ୍ର ପରିଚାଳନା, ଶୁଖିଲା କାର୍ଗୋ ହ୍ୟାଣ୍ଡଲିଂ, ରେଳ ଲଜିଷ୍ଟିକ୍‌ ଓ ଶିପ୍-ଟୁ-ଶିପ୍ (ଏସ୍‌ଟିଏସ୍‌) ଅପରେସନରେ ଦୃଢ ପ୍ରଦର୍ଶନକୁ ସ୍ପଷ୍ଟ କରୁଛି। ଏହା ସହିତ ଭାରତର ସାମୁଦ୍ରିକ ଓ ଲଜିଷ୍ଟିକ୍ କ୍ଷେତ୍ରରେ ଧାମରା ପୋର୍ଟର ଗୁରୁତ୍ୱ ଆହୁରି ବୃଦ୍ଧି ପାଇଛି।

ରେଳ ଲଜିଷ୍ଟିକ୍ କ୍ଷେତ୍ରରେ ଡିପିସିଏଲ୍ ଗୁରୁତ୍ୱପୂର୍ଣ୍ଣ ସଫଳତା ଅର୍ଜନ କରିଛି। ଚଳିତ ବର୍ଷରେ ସମୁଦାୟ ୯୬୦୪ ରେକ୍ (୨୮୬୯ ଲୋଡିଂ ଓ ୬୭୩୫ ଅନ୍‌ଲୋଡିଂ) ହ୍ୟାଣ୍ଡଲ କରାଯାଇଛି, ଯାହା ପୂର୍ବ ବର୍ଷର ୯୧୩୯ ରେକ୍ ଠାରୁ ଅଧିକ।ସେହିପରି ଏକ ମାସରେ ସର୍ବାଧିକ ୯୧୨ ରେକ୍ (୩୨୦ ଲୋଡିଂ ଓ ୫୯୨ ଅନ୍‌ଲୋଡିଂ) ହ୍ୟାଣ୍ଡଲ କରି ନୂତନ ମାସିକ ରେକର୍ଡ ସୃଷ୍ଟି ହୋଇଛି।
ଶୁଖିଲା କାର୍ଗୋ ପରିଚାଳନାରେ ମାସିକ ଭିତ୍ତିରେ ୪.୩୭ ଏମ୍‌ଏମ୍‌ଟି ଏବଂ ବାର୍ଷିକ ଭିତ୍ତିରେ ୪୨.୮୦ ଏମ୍‌ଏମ୍‌ଟି ସହ ନୂତନ ରେକର୍ଡ ସୃଷ୍ଟି ହୋଇଛି।ଶିପ୍-ଟୁ-ଶିପ୍ (ଏସ୍‌ଟିଏସ୍‌) ପରିଚାଳନାରେ ମାର୍ଚ୍ଚ ୨୦୨୬ରେ ସର୍ବାଧିକ ୦.୬୧ ଏମ୍‌ଏମ୍‌ଟି ଏବଂ ବାର୍ଷିକ ଭିତ୍ତିରେ ୪.୩୮ ଏମ୍‌ଏମ୍‌ଟି ହ୍ୟାଣ୍ଡଲିଂ ସହିତ ଏହା ଏକ ଐତିହାସିକ ସଫଳତା ହୋଇଛି।

ମାସିକ କାର୍ଗୋ ପରିଚାଳନାରେ ପୂର୍ବ ବର୍ଷର ୪.୬୪ ଏମ୍‌ଏମ୍‌ଟି କ୍ଷମତାକୁ ଅତିକ୍ରମ କରି ମାର୍ଚ୍ଚ ୨୦୨୬ରେ ୫ ଏମ୍‌ଏମ୍‌ଟି ର ସଫଳତା ହାସଲ କରାଯାଇଛି।ପୋର୍ଟର ଏହି ଅସାଧାରଣ ସଫଳତା ପଛରେ ରହିଛି ଦୃଢ ଭିତ୍ତିଭୂମି ବିକାଶ ଓ କାର୍ଯ୍ୟକ୍ଷମ ଉତ୍କର୍ଷତା। ନୂତନ ରେଳ ଲାଇନ୍ ସ୍ଥାପନ, ବିସ୍ତାରିତ ଷ୍ଟାକ୍‌ୟାର୍ଡ ସୁବିଧା, ଏବଂ ଯାନ୍ତ୍ରିକ କ୍ଷେତ୍ରରେ ନିରନ୍ତର ନିବେଶ ପୋର୍ଟର କ୍ଷମତାକୁ ବଢ଼ାଇଛି।

ଏହି ଉପଲବ୍ଧିରେ କଷ୍ଟମ୍, ଭାରତୀୟ ରେଳବାଇ, ନିୟାମକ ସଂସ୍ଥା, ଇମିଗ୍ରେସନ, ଓଡିଶା ସରକାର, ଜିଲ୍ଲା ପ୍ରଶାସନ ଓ ସମସ୍ତ ହିତାଧିକାରୀଙ୍କ ସମନ୍ୱିତ ଅବଦାନ ରହିଛି। କର୍ମଚାରୀମାନଙ୍କ ନିଷ୍ଠା, ନବସୃଜନ ଓ ଯୋଜନାବଦ୍ଧ କାର୍ଯ୍ୟାନ୍ୱୟନ ଡିପିସିଏଲ୍‌କୁ ଏହି ସଫଳତାରେ ପହଞ୍ଚାଇଛି।


Share It

Comments are closed.