ରାଜ୍ୟରେ ଆରମ୍ଭ ହେଲା ସକାଳୁଆ ସ୍କୁଲ

Share It

ଭୁବନେଶ୍ୱର,୦୪/୦୪:ରାଜ୍ୟରେ ଆରମ୍ଭ ହେଲା ସକାଳୁଆ ସ୍କୁଲ। ଖରାଛୁଟି ପର୍ଯ୍ୟନ୍ତ ସକାଳ ସାଢ଼େ ୬ରୁ ସାଢ଼େ ୧୦ ଯାଏଁ ପାଠପଢ଼ା। ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ରାଜ୍ୟ ସରକାର ପକ୍ଷରୁ ଏହି ବଡ଼ ନିଷ୍ପତି ନିଆଯାଇଛି ।ଏନେଇ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲକୁ ଆବଶ୍ୟକୀୟ ନିର୍ଦ୍ଦେଶ ଜାରି ହୋଇଛି । ସେହିପରି ମଧ୍ୟାହ୍ନ ଭୋଜନ ସମୟରେ ମଧ୍ୟ ପରିବର୍ତ୍ତନ କରିବାକୁ ସ୍କୁଲ ପ୍ରଶାସନକୁ ସୁପାରିଶ କରାଯାଇଛି।

ଗଣଶିକ୍ଷା ସଚିବ ଏହି ସୂଚନା ଦେବା ସହ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଏହି ନିର୍ଦ୍ଦେଶ କଡ଼ାକଡ଼ି ଭାବେ ପାଳନ କରିବାକୁ ଚିଠି ଲେଖିଛନ୍ତି।ତେବେ ଗ୍ରୀଷ୍ମ ଛୁଟି ପରେ, ପୂର୍ବରୁ ଜାରି ହୋଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ସ୍କୁଲ ସମୟ ସ୍ୱାଭାବିକ ଭାବରେ ଜାରି ରହିବ। ସେପଟେ ସକାଳୁଆ ସ୍କୁଲ ହେଲେବି ଏହି ସମୟରେ ସ୍କୁଲ ପରିଚାଳନା ପାଇଁ ବିଭାଗ ପକ୍ଷରୁ ଗାଇଡଲାଇନ ମଧ୍ୟ ଜାରି କରାଯାଇଛି।


Share It

Comments are closed.