ଲାଗୁ ହେଲା ନୂଆ ଅବକାରୀ ନୀତି
ଭୁବନେଶ୍ବର,୦୧/୦୪: ଏଣିକି ବିଦେଶୀ ମଦ ଉପରେ ଲାଗୁଥିବା ଶୁଳ୍କ ଉପରେ ଗଣିବାକୁ ପଡ଼ିବ ଅତିରିକ୍ତ ଡି-ଆଡିକସନ ସେସ୍।
ରାଜ୍ୟ ସରକାରଙ୍କ ନୂଆ ନିୟମ ଅନୁଯାୟୀ ଏଣିକି ଅବକାରୀ ନୀତି ଅବଧି ବର୍ଷେ ବଦଳରେ ୩ ବର୍ଷ ପାଇଁ ବଳବତ୍ତର ରହିବ।କୋଭିଡ ସମୟରୁ ଚାଲିଆସୁଥିବା ମଦର ହୋମ୍ ଡେଲିଭରି ବ୍ଯବସ୍ଥା ବନ୍ଦ ।ରାଜ୍ୟରେ ନୂତନ OFF, CL କିମ୍ବା OS ଦୋକାନ ଖୋଲିବା ନିମନ୍ତେ ଅନୁମତି ଦିଆଯିବ ନାହିଁ।ଗ୍ରାମାଞ୍ଚଳରେ ନୂଆ ମଦ ଦୋକାନ ଖୋଲିବାକୁ ଅନୁମତି ଦିଆଯିବ ନାହଁ ।ପୁରୀର ଶ୍ରୀଜଗନ୍ନାଥ ମନ୍ଦିର ଓ ବଡ଼ଦାଣ୍ଡ ପାଖରେ କୌଣସି ଅବକାରୀ ଦୋକାନ ରହିବ ନାହିଁ।

Comments are closed.