ଅନିର୍ଦ୍ଦିଷ୍ଟ କାଳ ପାଇଁ ବିଧାନସଭା ମୁଲତବି କଲେ ବାଚସ୍ପତି
ଭୁବନେଶ୍ବର,୦୧/୦୪: ଫେବ୍ରୁଆରୀ ୧୭ରୁ ଆରମ୍ଭ ହୋଇଥିବା ବଜେଟ ଅଧିବେଶନ ଅନିର୍ଦ୍ଦିଷ୍ଟ କାଳ ପାଇଁ ବିଧାନସଭା ମୁଲତବି କଲେ ବାଚସ୍ପତି।ସରିଲା ୫ଟି କାର୍ଯ୍ୟ ଦିବସ ଆଗରୁ ବଜେଟ୍ ଅଧିବେଶନ।ପ୍ରଥମ ଦିନରେ ରାଜ୍ୟପାଳ ରଖିଥିଲେ ଅଭିଭାଷଣ। ପ୍ରଥମ ଥର ପାଇଁ ବିଧାନସଭାରେ ଗୁଞ୍ଜରିତ ହୋଇଥିଲା ବନ୍ଦେ ମାତରମ୍ ଓ ଜନଗଣ ମନ। ଫେବ୍ରୁଆରୀ ୨୦ରେ ଆସିଥିଲା ବଜେଟ। ଏହି ଅଧିବେଶନର ଅବଧି ଥିଲା ଏପ୍ରିଲ ୮ ପର୍ଯ୍ୟନ୍ତ।
ଏଥର ଅଧିବେଶନରେ ଖାଲି ଧାନ ମଣ୍ଡି ଓ ଏସସିବି ଅଗ୍ନିକାଣ୍ଡ ନୁହେଁ, ବିଜୁ ବାବୁଙ୍କୁ ଅସମ୍ମାନ ନେଇ ବି ଏକ ସ୍ବରରେ ଶାସକ ଦଳକୁ ଘେରିଲେ ବିରୋଧୀ। ଏହି ଅଧିବେଶନ ମଧ୍ୟରେ ଓଡ଼ିଶାରେ ୪ଟି ରାଜ୍ୟସଭା ଆସନ ପାଇଁ ଭୋଟ ବି ପଡ଼ିଲା। ନିଲମ୍ବିତ ବିଧାୟକଙ୍କ ଆସନ ନିଜ ଦଳଠାରୁ ଅଲଗା ହେଲା।
ସେହିପରି ଶେଷ ଦିନରେ ବିଧାୟକ, ମନ୍ତ୍ରୀ, ବାଚସ୍ପତି, ଉପବ ପବାଚସ୍ପତିଙ୍କ ଦରମା ବୃଦ୍ଧି ସମ୍ପର୍କିତ ବିଲ୍ ପ୍ରତ୍ୟାହୃତ ହେଲା । ବିଳମ୍ବିତ ରାତି ଯାଏ ଆଲୋଚନା ପରେ ପାରିତ ହେଲା ବିଶ୍ଵବିଦ୍ୟାଳୟ ଶିକ୍ଷକ କ୍ୟାଡର ସଂରକ୍ଷଣ ବିଲ୍-୨୦୨୬ ମୁଖ୍ୟମନ୍ତ୍ରୀ ମୋହ ନ ଚରଣ ମାଝୀ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, କଂଗ୍ରେସ ବିଧାୟକ ଦଳ ଉପନେତା ଅଶୋକ ଦାସ ବକ୍ତବ୍ୟ ରଖି ସମସ୍ତଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଥିଲେ । ବନ୍ଦେ ଉତ୍କଳ ଗାନ ସହ ରାତି ୧୨ଟା ୪୨ ମିନିଟରେ ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖାଗଲା।
Comments are closed.