ଆସନ୍ତାକାଲିଠୁ ବଦଳିବ ନନ୍ଦନକାନନ ଯିବାର ସମୟ
ଭୁବନେଶ୍ୱର,୩୧/୦୩:ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ରାଜ୍ୟ ତଥା ରାଜ୍ୟ ବାହାରୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ସମୟ ନିର୍ଘଣ୍ଟ ବଦଳିବ ବୋଲି ଜଣାପଡିଛି। ପ୍ରତିବର୍ଷ ଭଳି ଗ୍ରୀଷ୍ମଋତୁ ସାଙ୍ଗକୁ ଦିନ ବଡ ଯୋଗୁଁ ନନ୍ଦନକାନନ ପ୍ରାଣୀଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନ ଆସନ୍ତା ଏପ୍ରିଲ ପହିଲାରୁ ସକାଳ ୭.୩୦ରେ ଖୋଲି ସନ୍ଧ୍ୟା ୫.୩୦ରେ ବନ୍ଦ ହେବ ବୋଲି ନନ୍ଦନକାନନ ଉପନିର୍ଦେଶକଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି। ଏହି ନିୟମ ୨୦୨୬ ସେପ୍ଟମ୍ବର ୩୦ ପର୍ଯ୍ୟନ୍ତ ଲାଗୁ ରହିବ। ସପ୍ତାହର ପ୍ରତି ସୋମବାର ଉଭୟ ଉଦ୍ୟାନ ବନ୍ଦ ରହିବ।

Comments are closed.