ଗୃହରେ ପାରିତ ହେବ ୨୦୨୬-୨୭ ବ୍ୟୟ ମଞ୍ଜୁରୀ ବିଲ୍
ଭୁବନେଶ୍ୱର,୩୧/୦୩:ଆଜି ଗୃହ ରେ ପାରିତ ହେବ 2026-27 ବ୍ୟୟ ମଞ୍ଜୁରୀ ବିଲ୍ । ଗିଲୋଟିନ ଜରିଆରେ 23ଟି ବିଭାଗର ଖର୍ଚ୍ଚ ଦାବି ପାରିତ ହୋଇଛି । ଆଜି ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ, ନଗର ଉନ୍ନୟନ, ଜଙ୍ଗଲ ଓ ପରିବେଶ ବିଭାଗ, ଗ୍ରାମ୍ୟ ଉନ୍ନୟନ, ଶ୍ରମ ଓ ନିୟୋଜନ ବିଭାଗର ପ୍ରଶ୍ନକାଳ ରହିଛି । ତେବେ SCB ଅଗ୍ନିକାଣ୍ଡ ଘଟଣାକୁ ନେଇ ବିରୋଧୀ 17 ତାରିଖରୁ ପ୍ରତିବାଦ କରି ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଆସୁଛନ୍ତି । ଯାହାକୁ ନେଇ ବିଧାନସଭାରେ ଅଚଳାବସ୍ଥା ଜାରି ରହିଛି । ବାରମ୍ବାର ସର୍ବଦଳୀୟ ବୈଠକ ସତ୍ତ୍ୱେ ବାହାରି ପାରୁନି କୌଣସି ନିଷ୍କର୍ଷ । ଏହାସହ ଆଜି ବିଧାନସଭାରେ ଉପସ୍ଥାପିତ ହେବ ସିଏଜି ରିପୋର୍ଟ ।
Comments are closed.