ଯକ୍ଷ୍ମା ଦେଉଛି ଯମ ଯନ୍ତ୍ରଣା

Share It

ଭୁବନେଶ୍ୱର,୩୦/୦୩:ରାଜ୍ୟରେ ମାରାତ୍ମକ ସାଜିଛି ଯକ୍ଷ୍ମା।ଯକ୍ଷ୍ମା ଭଳି ଦୁରାରୋଗ୍ୟ ରୁ ଭଲ ହେଉ ନାହାନ୍ତି ରୋଗୀ।ବିଧାନସଭାରେ ଏଭଳି ଉତ୍ତର ରଖିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ।୨୦୨୨ ରେ ୫୯ ହଜାର ୭୩୨ ଯକ୍ଷ୍ମା ରୋଗୀ ଚିହ୍ନଟ ହୋଇଥିବା ବେଳେ ସେଥି ମଧ୍ୟରୁ ମାତ୍ର ୨୬ ହଜାର ୧୨୬ ରୋଗୀ ସୁସ୍ଥ ବା ରୋଗ ମୁକ୍ତ ହୋଇ ପାରିଛନ୍ତି । ଚିନ୍ତାର ବିଷୟ ୩୩ ହଜାର ୬୦୬ ରୋଗୀ ଯକ୍ଷ୍ମା କବଳରୁ ମୁକ୍ତି ପାଇ ପାରି ନାହାନ୍ତି।୨୦୨୩ ରେ ୬୧ ହଜାର ୨୮୫ ଯକ୍ଷ୍ମା ରୋଗୀ ଚିହ୍ନଟ ହୋଇଥିବା ବେଳେ ସେଥି ମଧ୍ୟରୁ ମାତ୍ର ୨୭ ହଜାର ୩୪୫ ରୋଗୀ ସୁସ୍ଥ ବା ରୋଗ ମୁକ୍ତ ହୋଇ ପାରିଛନ୍ତି । ଚିନ୍ତାର ବିଷୟ ୩୩ ହଜାର ୯୪୦ ରୋଗୀ ଯକ୍ଷ୍ମା କବଳରୁ ମୁକ୍ତି ପାଇ ପାରି ନାହାନ୍ତି।

୨୦୨୪ ରେ ୫୯ ହଜାର ୮୧୯ ଯକ୍ଷ୍ମା ରୋଗୀ ଚିହ୍ନଟ ହୋଇଥିବା ବେଳେ ସେଥି ମଧ୍ୟରୁ ମାତ୍ର ୨୮ ହଜାର ୫୭ ରୋଗୀ ସୁସ୍ଥ ବା ରୋଗ ମୁକ୍ତ ହୋଇ ପାରିଛନ୍ତି । ଚିନ୍ତାର ବିଷୟ ୩୧ ହଜାର ୭୬୨ ରୋଗୀ ଯକ୍ଷ୍ମା କବଳରୁ ମୁକ୍ତି ପାଇ ପାରି ନାହାନ୍ତି।ତିନି ବର୍ଷରେ ପ୍ରାୟ ଲକ୍ଷେ ରୋଗୀ ଚିକିତ୍ସା ସତେ ବି ସୁସ୍ଥ କି ମୁକ୍ତ ହୋଇ ପାରି ନାହାନ୍ତି।


Share It

Comments are closed.