ଭୋଟର ତାଲିକା ସଂଶୋଧନ ରେ ବାଦ ପଡିଲେ 7 ଲକ୍ଷ 68 ହଜାର 521 ଭୋଟର
ଭୁବନେଶ୍ୱର,୩୦/୦୩:ରାଜ୍ୟରେ ଭୋଟର ତାଲିକା ସଂଶୋଧନକୁ ନେଇ ବିଧାନସଭାରୁ ଆସିଲା ସାଙ୍ଘାତିକ ତଥ୍ୟ। ଭୋଟର ତାଲିକା ସଂଶୋଧନ ରେ ବାଦ ପଡିଲେ 7 ଲକ୍ଷ 68 ହଜାର 521 ଭୋଟର।ଭୋଟର ଜାଲିଆତିର ବଡ଼ ଖୁଲାସା କରିଛନ୍ତି ନିର୍ବାଚନ ଅଧିକାରୀ।ଏକାଧିକ ସ୍ଥାନରେ ଭୋଟ ପରିଚୟ ପତ୍ର ରଖିଥିଲେ ଏକ ଲକ୍ଷ 55 ହଜାର 318 ବ୍ୟକ୍ତି।ସଂଶୋଧନ ପ୍ରକ୍ରିୟାରେ ବାଦ ଦିଆଯାଇ ଭୋଟର ଲିଷ୍ଟ କୁ କରାଯାଇଛି ସ୍ବଚ୍ଛ।ଆଠଗଡ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ତଥ୍ୟ ରଖିଛନ୍ତି ବିଧାନସଭାରେ।
ଗତବର୍ଷ ୬ ତାରିଖରୁ ଚଳିତ ବର୍ଷ ମାର୍ଚ୍ଚ ୨୨ ତାରିଖ ମଧ୍ୟରେ ରାଜ୍ୟରେ ମୃତ୍ୟୁଜନିତ କାରଣରୁ 2 ଲକ୍ଷ 3 ହଜାର ୩୯୬ ଭୋଟର, ସ୍ଥାନାନ୍ତର ଯୋଗୁଁ ୪ ଲକ୍ଷ ୦୮ ହଜାର ୧୩୨ ଭୋଟର ଏବଂ ଅନ୍ୟାନ୍ୟ କାରଣ ପାଇଁ ୨ ହଜାର ୬୪୬ ଭୋଟର ବାଦ ପଡିଛନ୍ତି।ଏହି ସମୟ ମଧ୍ୟରେ ନୂତନ ଭାବେ ଭୋଟର ତାଲିକାରେ ସଂଯୋଗ କରିବା ପାଇଁ ମୋଟ ୫,୬୭,୦୩୪ ଜଣ ଆବେଦନ କରିଛନ୍ତି।
ସର୍ବାଧିକ ବାଦ ପଡିଥିବା ଜିଲ୍ଲା ହେଉଛି ସୁନ୍ଦରଗଡ଼ । ସୁନ୍ଦରରଗଡ଼ ଜିଲ୍ଲାରେ ୧ ଲକ୍ଷ ୪୪ହଜାର ୭୨୬, କଟକରେ ୭୪ ହଜାର ୮୮୧, ଗଞ୍ଜାମ ଜିଲ୍ଲାରେ ୪୭ ହଜାର ୯୮୯, ଅନୁଗୁଳରେ ୩୭ ହଜାର ୯୨୭, ପୁରୀ ଜିଲ୍ଲାରେ ୩୬ ହଜାର ୬୭୯ ଜଣ ବାଦ ପଡ଼ିଛନ୍ତି ।

Comments are closed.