ଓଡିଶାରେ ପ୍ରଥମ ପେଡିଆଟ୍ରିକ କ୍ରିଟିକାଲ କେୟାର ସିଏମଇ ଆୟୋଜିତ
ଭୁବନେଶ୍ୱର : ରାଜ୍ୟରେ ଶିଶୁ ସ୍ୱାସ୍ଥ୍ୟସେବାକୁ ଆହୁରି ଉନ୍ନତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପରେ ଓଡିଶା ସଫଳତାର ସହ ଏହାର ପ୍ରଥମ ପେଡିଆଟ୍ରିକ କ୍ରିଟିକାଲ କେୟାର କଂଟିନ୍ୟୁଇଙ୍ଗ ମେଡିକାଲ ଏଜୁକେଶନ (ସିଏମଇ) ପ୍ରୋଗ୍ରାମର ଆୟୋଜନ କରିଛି । ଏହି କାର୍ଯ୍ୟକ୍ରମ ଶିଶୁ ସ୍ୱାସ୍ଥ୍ୟସେବା କ୍ଷେତ୍ରର ବିକାଶରେ ଏକ ବଡ ସଫଳତାର ଆରମ୍ଭ କରିଛି । ଏହି ସିଏମଇ କାର୍ଯ୍ୟକ୍ରମକୁ ଇଣ୍ଡିଆନ ଏକାଡେମୀ ଅଫ୍ ପେଡିଆଟ୍ରିକ୍ସ ଓଡିଶା ଷ୍ଟେଟ ବ୍ରାଂଚ ଓ ପେଡିଆଟ୍ରିକ ଇଂଟେନ୍ସିଭ କେୟାର ଚାପ୍ଟର ପକ୍ଷରୁ ଅଙ୍କୁରା ହସ୍ପିଟାଲ ଫର୍ ୱମେନ ଆଣ୍ଡ ଚିଲଡ୍ରେନ ସହ ସହଭାଗିତାରେ ଆୟୋଜନ କରାଯାଇଥିଲା, ଯାହା ଏହି ଉଲ୍ଲେଖନୀୟ ଶିକ୍ଷାଭିତିକ ଅଭିଯାନକୁ ସକ୍ଷମ ଓ ସମର୍ଥନ କରିବା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଏହି କାର୍ଯ୍ୟକ୍ରମରେ ଶିଶୁରୋଗ ବିଶେଷଜ୍ଞ, ସ୍ନାତକୋତର ଛାତ୍ରଛାତ୍ରୀ ଓ ଓଡିଶାବ୍ୟାପୀ ପେଡିଆଟ୍ରିକ ଇଂଟେନ୍ସିଭ କେୟାର ସହଯୋଗୀଙ୍କ ସମେତ ୧୦୦ରୁ ଅଧିକ ଡାକ୍ତର ଏକତ୍ରୀତ ହୋଇଛନ୍ତି ।
ରାଜ୍ୟ ଓ ଜାତୀୟ ସ୍ତରର ୩୦ରୁ ଅଧିକ ପ୍ରତିଷ୍ଠିତ ଅଧ୍ୟାପକଙ୍କ ଉପସ୍ଥିତି ଏହି କାର୍ଯ୍ୟକ୍ରମକୁ ଆହୁରି ଉନ୍ନତ କରିଛି, ଯେଉଁମାନେ ପେଡିଆଟ୍ରିକ ଇଂଟେନ୍ସିଭ କେୟାରର ଗୁରୁତ୍ୱପୂର୍ଣ୍ଣ ଦିଗଗୁଡିକ ଉପରେ ତଥ୍ୟପୂର୍ଣ୍ଣ ଅଧିବେଶନ ପ୍ରଦାନ କରିବା ସହ ନିଜର ବିଶେଷଜ୍ଞତା ବାଂଟିଛନ୍ତି । ଏହି ଅଭିଯାନର କେନ୍ଦ୍ରରେ ଥିବା ଅଙ୍କୁରା ହସ୍ପିଟାଲ ଫର ୱମେନ ଆଣ୍ଡ ଚିଲ୍ଡ୍ରେନ, ଶିକ୍ଷାଗତ ଉତ୍କର୍ଷତା, ଚିକିତ୍ସକୀୟ ଉଦ୍ଭାବନ ଓ ଶିଶୁ-କେନ୍ଦ୍ରିତ ଚିକିତ୍ସା ପ୍ରତି ନିଜର ପ୍ରତିବଦ୍ଧତାକୁ ସୁଦୃଢ କରିଛି । ଏହି ସିଏମଇରେ ସହଭାଗିତା କରି ଅଙ୍କୁରା ନିରବଚ୍ଛିନ୍ନ ଡାକ୍ତରୀ ଶିକ୍ଷାକୁ ପ୍ରୋତ୍ସାହିତ କରିବା, ଓଡିଶାକୁ ଅତ୍ୟାଧୁନିକ ଶିଶୁ ଚିକିତ୍ସା ପଦ୍ଧତି ଆଣିବା ଏବଂ ଏକ ସହଭାଗୀ ମେଡିକାଲ ଇକୋସିଷ୍ଟମ ଗଠନ କରିବାର ନିଜର ଦୃଷ୍ଟିକୋଣକୁ ସୁଦୃଢ କରିବା ଜାରି ରଖିଛି । କାର୍ଯ୍ୟକ୍ରମର ଅଧିବେଶନଗୁଡିକ ବ୍ୟବହାରିକ ଓ ବାସ୍ତବ ଦୁନିଆର ତଥ୍ୟ ପ୍ରଦାନ କରିଛି ଯାହା ଜରୁରୀ ଚିକିତ୍ସା ବ୍ୟବସ୍ଥା କ୍ଷେତ୍ରରେ ପ୍ରତ୍ୟକ୍ଷ ରୂପେ ରୋଗୀଙ୍କ ଆରୋଗ୍ୟ ହାରକୁ ଉନ୍ନତ କରିପାରିବ । ଅଙ୍କୁରା ହସ୍ପିଟାଲ ଫର ୱମେନ ଆଣ୍ଡ ଚିଲ୍ଡ୍ରେନ ଭଳି ଅନୁଷ୍ଠାନଗୁଡିକ ସକ୍ରିୟ ଭାବେ ଏଭଳି ପ୍ରୟାସକୁ ପରିଚାଳନା କରୁଥିବା ବେଳେ ଶିଶୁ ସ୍ୱାସ୍ଥ୍ୟସେବା ଓ ଜରୁରୀକାଳିନ ଚିକିତ୍ସା ଶିକ୍ଷା କ୍ଷେତ୍ରରେ ଏକ ଉତ୍କର୍ଷତାର କେନ୍ଦ୍ର ଭାବେ ଉଭା ହେବା ପାଇଁ ଓଡିଶା ପ୍ରସ୍ତୁତ ରହିଛି ।

Comments are closed.