ହଷ୍ଟେଲ୍‌ରେ ଝୁଲି ପଡ଼ିଲେ ଏମ୍‌ବିଏ ଛାତ୍ରୀ,ଏପଟେ ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

Share It

ଭୁବନେଶ୍ୱର,୩୦/୦୩: ହଷ୍ଟେଲ୍‌ ରୁମ୍‌ରେ ଓଢ଼ଣିରେ ଝୁଲି ପଡ଼ିଲେ ଏମ୍‌ବିଏ ଛାତ୍ରୀ। ଛାତ୍ରୀଙ୍କ ଘର ଢେଙ୍କାନାଳ ଅଞ୍ଚଳରେ ହୋଇଥିବା ବେଳେ ବର୍ତ୍ତମାନ ଇନଫୋସିଟି ଥାନା ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।ଚନ୍ଦ୍ରଶେଖରପୁରର ଏକ ମ୍ୟାନେଜମେଣ୍ଟ କଲେଜରେ ପଢୁଥିଲେ ଛାତ୍ରୀ।

ଏପଟେ ପରିବାର ଲୋକେ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ ।ମନୋଜିତାଙ୍କୁ ଆତ୍ମହତ୍ୟା କରିବା ପାଇଁ ପ୍ରବର୍ତ୍ତାଇ ଥିବା ପରିବାର ଲୋକେ ଆଣିଲେ ଅଭିଯୋଗ ।ଏତଲା କପି ରେ ଜଣେ ଯୁବକଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ।ମନୋଜିତା ଙ୍କ ମୋବାଇଲ ଫୋନ ଯାଞ୍ଚ କଲେ ପୋଲିସ କୁ ଅନେକ ସୁରାକ ମିଳିପାରେ ବୋଲି କହିଛନ୍ତି ମନୋଜିତାଙ୍କ ପରିବାର।ଏହାସହ ଗତକାଲି ଅପରାହ୍ନ 1.30ରେ ଶେଷ ଥର ପାଇଁ ମନୋଜିତା ତାଙ୍କ ବାପା ଓ ମା ଙ୍କ ସହ କଥା ହୋଇଥିଲେ ।ମୁଁ ଏହି କଲେଜ ରେ ପଢିବାକୁ ଚାହୁଁନି ମନୋଜିତା ବାପା ଙ୍କୁ ଫୋନ କରି କହିଥିଲେ ।ଏହାପରେ ଘର ଲୋକ ଦ୍ୱିତୀୟ ଥର ପାଇଁ 4ଟାରେ କଲ କଲା ବେଳକୁ ଆଉ ଫୋନ ରିସିଭ କରି ନଥିଲେ ।ପରେ ହଷ୍ଟେଲ ୱାର୍ଡେନ କୁ ପରିବାର ଲୋକେ ଜଣାଇଥିଲେ । ୱାର୍ଡେନ ଯାଇ କବାଟ ଭାଙ୍ଗି ଦେଖିଲା ବେଳକୁ ମନୋଜିତା ଫ୍ୟାନ ରେ ଝୁଲି ଆତ୍ମହତ୍ୟା କରିଛନ୍ତି ।ମନୋଜିତା ଙ୍କ ବାପା କହିଛନ୍ତି ମୋ ଝିଅ ମୃତ୍ୟୁ ପଛରେ କାରଣ କଣ ତାର ସତ୍ୟାସତ୍ୟ ପଦାକୁ ଆସୁ ।


Share It

Comments are closed.