ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଜରୁରୀ ବୈଠକ
ଭୁବନେଶ୍ୱର,୩୦/୦୩:ଦେଶକୁ ଚିନ୍ତାରେ ପକାଇଛି ମଧ୍ୟପ୍ରାଚ୍ୟ ଯୁଦ୍ଧ । ଯାହାକୁ ମୁକାବିଲା କରିବା ପାଇଁ ରାଜ୍ୟ ଗୁଡିକୁ ସତର୍କ କରି ଆସୁଛି କେନ୍ଦ୍ର । ଏହାରି ଭିତରେ ପ୍ରଧାନମନ୍ତ୍ରୀ ଦେଶର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଆଲୋଚନା କରିଛନ୍ତି। ସେଥିରେ ମଧ୍ୟ ଭାଗ ନେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ପ୍ରସ୍ତୁତି ସମ୍ବନ୍ଧରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରିଥିଲେ । ତା ସହ ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯାଇ ମଧ୍ୟ ରାଜ୍ୟକୁ ନେଇ ଥିବା ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ସହ ଯୋଗାଯୋଗ କରି ଆଜି ଫେରିଛନ୍ତି ।
ତେବେ ଦିଲ୍ଲୀରୁ ମୁଖ୍ୟମନ୍ତ୍ରୀ ଫେରିବା କ୍ଷଣି ଆଜି ସନ୍ଧ୍ୟାରେ ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ରାଜ୍ୟର ପ୍ରସ୍ତୁତି ସମ୍ବନ୍ଧରେ ଏକ ବଡ ବୈଠକ ନେବାକୁ ଯାଉଛନ୍ତି । ଯେଉଁଥିରେ କି ବିଭିନ୍ନ ବିଭାଗର ମୁଖ୍ୟଙ୍କ ସହ ଜିଲ୍ଲାର ଜିଲ୍ଲାପାଳ ମାନେ ମଧ୍ୟ ଉପସ୍ଥିତ ରହିବେ। ଜିଲ୍ଲା ଗୁଡ଼ିକର କଣ ସବୁ ସ୍ଥିତି ରହିଛି ସେ ବାବଦରେ ଅବଗତ ହେବା ସହ ରାଜ୍ୟରେ ଥିବା ମହଜୁଦ୍ ବିଭିନ୍ନ ସାମଗ୍ରୀ କେଉଁ ଭଳି ଲୋକଙ୍କ ନିକଟକୁ ସୁରୁଖୁରୁରେ ପହଞ୍ଚି ପାରିବ । କଳାବଜାରୀ ସମସ୍ୟା ଉପୁଜିବ ନାହିଁ ସେଦିଗରେ ବିସ୍ତୃତ ଭାବରେ ଆଲୋଚନା ହେବ । ବିଶେଷ କରି ତୈଳ ସାମଗ୍ରୀକୁ ନେଇ ଉପୁଜିଥିବା ସମସ୍ୟାକୁ କେମିତି ମୁକାବିଲା କରି ହେବ ସେଥିପାଇଁ ରୋଡ ମ୍ୟାପ ପ୍ରସ୍ତୁତ ହେବ।

Comments are closed.