ଆଜି ଗୃହରେ ପ୍ରବଳ ହଟ୍ଟଗୋଳ କରି ପାରନ୍ତି ବିରୋଧୀ
ଭୁବନେଶ୍ୱର,୨୫/୦୩:ଆଜି ମଧ୍ୟ ବିଧାନସଭାରେ ଲାଗି ରହିବ ଅଚଳାବସ୍ଥା । ଗୃହରେ ପ୍ରବଳ ହଟ୍ଟଗୋଳ କରି ପାରନ୍ତି ବିରୋଧୀ । ଏସସିବି ମେଡ଼ିକାଲ ଅଗ୍ନିକାଣ୍ଡ ଘଟଣାକୁ ନେଇ ୧୭ ତାରିଖରୁ ଲଗାତାର ଭାବେ ଗୃହରେ ହଟ୍ଟଗୋଳ କରୁଛନ୍ତି ବିରୋଧୀ । ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ ବି ବାହାରି ପାରୁନି ନିଷ୍କର୍ସ । ତେବେ ଆଜି ପ୍ରଶ୍ନକାଳରେ କୃଷି ଓ କୃଷକ ସଶକ୍ତିକରଣ – ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ – ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ – ସମବାୟ – ଶକ୍ତି – ବୟନଶିଳ୍ପ, ହସ୍ତତନ୍ତ ଓ ହସ୍ତଶିଳ୍ପ – ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଭଦ୍ୟୋଗ – ବିଜ୍ଞାନ ଓ କାରିଗରୀ ବିଭାଗ ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗର ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ରହିଛି । ସେହିପରି ଅପରାହ୍ନ ଅଧିବେଶନରେ ସ୍ବରାଷ୍ଟ୍ର , ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ରହିଛି ।
Comments are closed.