୪ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଅଡିଟର
ଭୁବନେଶ୍ୱର,୨୫/୦୩: ଭିଜିଲାନ୍ସ ଜାଲରେ ଭୁବନେଶ୍ବର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କ ଅଫିସ୍ ଅଡିଟର।୪ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଥିଲେ ଅଡିଟର ଅମ୍ବିକା ପ୍ରସାଦ ରଥ ।ଅଡିଟର ଅମ୍ବିକା ପ୍ରସାଦ ରଥଙ୍କୁ ଭିଜିଲାନ୍ସ ଗିରଫ କରିବା ସହ ଘରୁ ନଗଦ ୨୮ ଲକ୍ଷ ୭୦ ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ।ଖାଲି ସେତିକି ନୁହେଁ ଭୁବନେଶ୍ବର ଘରୁ ୨୭ ଲକ୍ଷ ୪୨ ହଜାର ଟଙ୍କା ଓ ଅଫିସରୁ ୧.୨୮ ଲକ୍ଷ ଜବତ କରାଯାଇଛି।
ସୂଚନାଯୋଗ୍ୟ, କିଛିଦିନ ପୂର୍ବରୁ ଭିଜିଲାନ୍ସ ଜାଲରେ ପଡ଼ିଥିଲେ ଓରେଡା ସହକାରୀ ନିର୍ଦ୍ଦେଶକ । ୧୦ ହଜାର ଟଙ୍କା ନେଇଥିଲେ ଲାଞ୍ଚ । ସହକାରୀ ନିର୍ଦ୍ଦେଶକ ହେଲେ ସୀମାଦ୍ରୀ ଶ୍ରୀକାନ୍ତ ରାଓ । କଟକ ୱାଲମୀ ରେ ସୋଲାର ପାୱାର ପ୍ଲାଣ୍ଟ ସ୍ଥାପନ ବକେୟା ଅର୍ଥ ରିଲିଜ ପାଇଁ ଲାଞ୍ଚ ମାଗିଥିଲେ । ୩୦ ହଜାର ଲାଞ୍ଚ ଦାବି କରିଥିଲେ ସହକାରୀ ନିର୍ଦ୍ଦେଶକ । ଲାଞ୍ଚ ଟଙ୍କା ଜବତ କରିଥିଲା ଭିଜିଲାନ୍ସ । ଟ୍ରାପ ପରେ ତିନୋଟି ସ୍ଥାନରେ ଆୟ ବର୍ହିଭୁତ ସମ୍ପତ୍ତି ଯାଞ୍ଚ କରୁଥିଲା ଭିଜିଲାନ୍ସ ।

Comments are closed.