ଇରାନ ସହ ଯୁଦ୍ଧ କେବେ ଶେଷ ହେବ, କହିଲେ ଟ୍ରମ୍ପ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଇରାନ ଏବଂ ଇସ୍ରାଇଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧକୁ ୯ ଏପ୍ରିଲ ମଧ୍ୟରେ ଶେଷ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି । ଟ୍ରମ୍ପ ନିଜର ଆମେରିକାର ଫାଷ୍ଟ ନିୟମ ଅନୁଯାୟୀ ଆମେରିକା ବିଦେଶୀ ଯୁଦ୍ଧମାନଙ୍କରେ ହସ୍ତକ୍ଷେପ କମ କରିବାକୁ ଚାହୁଁଛି ଏବଂ ଏହି ଦେଶମାନଙ୍କରେ ବଡ ପଦକ୍ଷେପ ନେବା ଆରମ୍ଭ କରିଦେଇଛି । ଟ୍ରମ୍ପଙ୍କ ଦାବୀ ଅନୁଯାୟୀ ଇରାନ ସହ କଥାବାର୍ତ୍ତା ସକରାତ୍ମକ ଭାବେ ବୃଦ୍ଧି ପାଉଛି ଏବଂ ପାଖାପାଖି ୧୫ ପ୍ରସ୍ତାବ ଉପରେ ସହମତି ଆସି ସାରିଛି । ମିଳିଥିବା ସୂଚନା ଅନୁଯାୟୀ ପାକିସ୍ତାନ ସେନା ପ୍ରମୁଖ ଅସିମ ମୁନିର ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟର କଥାବାର୍ତ୍ତା ଚାଲିଥିବା ଖବର ସାମନାକୁ ଆସିଛି ।
ଟ୍ରମ୍ପ ଜୋର ଦେଇ କହିଛନ୍ତି “ଇରାନ ବର୍ତ୍ତମାନ ଗମ୍ଭୀର ଅଛି, ସେ ଶାନ୍ତି ଚାହୁଁଛି ଏବଂ ଆମେ ତାକୁ ୫ ଦିନର ସମୟ ଦେବେ । ” ମିଳିଥିବା ସୂଚନା ମୁତାବକ ତୁର୍କୀ, ମିଶ୍ର ଏବଂ ପାକିସ୍ତାନର ପ୍ରତିନିଧି ହ୍ୱାଇଟ ହାଉସର ଦୂତ ଷ୍ଟିଭ ୱିଟକଂଫଙ୍କ ସହ ସାକ୍ଷାତ କରିଛନ୍ତି । ମିଳିଥିବା ସୂଚନା ମୁତାବକ ପାକିସ୍ତାନ ସେନା ମୁଖ୍ୟ ଫିଲ୍ଡ ମାର୍ଶଲ ଅସିମ ମୁନିର ଏବଂ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଏହି ଯୁଦ୍ଧ ସଂପର୍କର ବିସ୍ତୃତ ଭାବେ ଆଲୋଚନା କରିଛନ୍ତି । ମିଳିଥିବା ସୂଚନା ମୁତାବକ ଏହି ସଂକଟରେ ମଧ୍ୟସ୍ଥିତାରେ ପାକିସ୍ତାନ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି । ତୁର୍କୀ ଏବଂ ମିଶ୍ର ବାର୍ତାବାହର ଭୂମିକା ନିର୍ବାହ କରୁଛନ୍ତି । ଇରାନୀ ରିଭୋଲୁସେନ ଗାର୍ଡସ ଟ୍ରମ୍ପଙ୍କୁ ବିଶ୍ୱାସଘାତକ ରାଷ୍ଟ୍ରପତିର ଆଖ୍ୟା ଦେଇଛନ୍ତି । ପ୍ରକାଶ ଥାଉକି ଇରାନ ପ୍ରଥମ ଆଲୋଚନାକୁ ଅସ୍ୱୀକାର କରିଦେଇଥିବାବେଳେ କିନ୍ତୁ ବର୍ତ୍ତମାନ ଆଲୋଚନା କରିବାକୁ ଚାହୁଁଛି ।

Comments are closed.