୫୪ ବର୍ଷ ବୟସରେ ବିଦେଶିନୀ ବିବାହ କଲେ ଅଭିନେତା ଅରମାନ କୋହଲି

Share It

ମୁମ୍ବାଇ: ବଲିଉଡ୍‌ର ଜଣାଶୁଣା ଅଭିନେତା ତଥା ବିଗ୍ ବସ୍‌ର ପୂର୍ବତନ ପ୍ରତିଯୋଗୀ ଅରମାନ କୋହଲି (Armaan Kohli) ପୁଣି ଥରେ ଚର୍ଚ୍ଚାରେ। ଏଥର କୌଣସି ବିବାଦ ପାଇଁ ନୁହେଁ, ବରଂ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ସେ ଖବରର ଶିରୋନାମା ପାଲଟିଛନ୍ତି। ରିପୋର୍ଟ ଅନୁଯାୟୀ, ଅରମାନ ଗୋପନରେ ବିବାହ କରିଛନ୍ତି ଏବଂ ସୋସିଆଲ ମିଡିଆରେ ତାଙ୍କ ପତ୍ନୀଙ୍କ ସହ ପ୍ରଥମ ଫଟୋ ଏବେ ଭାଇରାଲ୍ ହେବାରେ ଲାଗିଛି।

 ଅରମାନ କୋହଲି କୌଣସି ଆଡମ୍ବର ନକରି ବହୁତ ଶାନ୍ତିପୂର୍ଣ୍ଣ ଭାବେ ନିଜର ବିବାହ କାର୍ଯ୍ୟ ସମ୍ପନ୍ନ କରିଛନ୍ତି। ଏହି ବିବାହରେ କେବଳ ପରିବାରର ସଦସ୍ୟ ଏବଂ କିଛି ଅତି ନିକଟତର ବନ୍ଧୁ ଉପସ୍ଥିତ ଥିଲେ। ଭାଇରାଲ୍ ହେଉଥିବା ଫଟୋରେ ଅରମାନ ତାଙ୍କ ନବବଧୂଙ୍କ ସହ ନଜର ଆସୁଛନ୍ତି। ଫଟୋରେ ଉଭୟଙ୍କୁ ପାରମ୍ପରିକ ପୋଷାକରେ ଦେଖିବାକୁ ମିଳିଛି। ତେବେ ତାଙ୍କ ପତ୍ନୀ କିଏ ଏବଂ ସେ କେଉଁଠାର ସେନେଇ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଅରମାନ କୋହଲି ପୂର୍ବରୁ ଅନେକ ସମୟରେ ନିଜର ସମ୍ପର୍କ ଏବଂ ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ରହିଆସିଛନ୍ତି। ବିଶେଷ କରି ‘ବିଗ୍ ବସ୍’ ସମୟରେ ଅଭିନେତ୍ରୀ ତନିଶା ମୁଖାର୍ଜୀଙ୍କ ସହ ତାଙ୍କର ବନ୍ଧୁତା ବେଶ୍ ଚର୍ଚ୍ଚିତ ହୋଇଥିଲା। ଏହା ବ୍ୟତୀତ ସେ କିଛି ଆଇନଗତ ମାମଲାରେ ମଧ୍ୟ ଛନ୍ଦି ହୋଇଥିଲେ।

ଏହି ଆକସ୍ମିକ ବିବାହ ଖବର ତାଙ୍କ ପ୍ରଶଂସକମାନଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ ସୋସିଆଲ ମିଡିଆରେ ଅନେକ ଲୋକ ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି। ତେବେ ଅରମାନଙ୍କ ପକ୍ଷରୁ ଏହି ବିବାହ ନେଇ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ।


Share It

Comments are closed.