ବଜାରରେ ମିଳୁଛି 40 ଟି ନିମ୍ନ ମାନର ଔଷଧ,କିଣିବା ବେଳେ ରୁହନ୍ତୁ ସାବଧାନ !

Share It

ଭୁବନେଶ୍ୱର,୨୩/୦୩:ଆପଣଙ୍କ ଖାଉଥିବା ମେଡ଼ିସିନ ନିମ୍ନ ମାନର ନୁହେଁ ତ?ଆପଣ କିଣୁଥିବା ଔଷଧ କଳା ତାଲିକା ଭୁକ୍ତ ନୁହେଁ ତ ? ଚେକ କରନ୍ତୁ ମେଡ଼ିସିନ ନିଗମର ୱେବ ସାଇଟରେ ।ତଥ୍ୟ କହୁଛି ଦୁଇ ବର୍ଷରେ 40 ଟି ଔଷଧ ନିମ୍ନ ମାନର ଥିବା ସାମ୍ନାକୁ ଆସିଛି ଓଡିଶା ରାଜ୍ୟ ଔଷଧ ନିଗମ ଦ୍ବାରା ଗତ ଦୁଇ ବର୍ଷ ମଧ୍ୟରେ ୧୭୮୨୮ ଗୋଟି ଔଷଧ ଗୁଡିକର ନମୁନା ପରୀକ୍ଷା କରାଯାଇଛି ଏବଂ ସେଥିରୁ ଆଜି ପର୍ଯ୍ୟନ୍ତ ସର୍ବମୋଟ ୪୦ ଗୋଟି ଔଷଧ ଗୁଡିକର ନମୁନା ନିମ୍ନମାନର (NSQ) ଘୋଷିତ କରାଯାଇଅଛି। ଏହା ସହ ସରକାରଙ୍କ ପକ୍ଷରୁ  ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ମଧ୍ଯ ନିଆଯାଉଥିବା ଗୃହରେ ଲିଖିତ ଉତ୍ତର ରଖିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ। ଏହା ସହ କମ୍ପାନୀ ଗୁଡିକୁ କଳା ତାଲିକାଭୁକ୍ତ (Blacklisted / Debarred) କରାଯାଇଅଛି। ସାଧାରଣ ଜନତାଙ୍କ ଅବଗତି ପାଇଁ ନିମ୍ନମାନର (NSQ) ଘୋଷିତ ହୋଇଥିବା ଔଷଧ ଗୁଡିକ ଏବଂ କଳା ତାଲିକାଭୁକ୍ତ ହୋଇଥିବା କମ୍ପାନୀ ଗୁଡିକର ତାଲିକା ନିୟମିତ ଭାବରେ ଔଷଧ ନିଗମ ୱେବସାଇଟରେ ଅପଡେଟ୍ କରାଯାଉଛି।ତେଣୁ ନିୟମିତ ଚେକ କରିବାକୁ ଖାଉଟିକୁ ଅନୁରୋଧ।


Share It

Comments are closed.