ତଳେ ବସି ପାଠ ପଢୁଛନ୍ତି ୧୯,୮୮୩ ସ୍କୁଲର ଛାତ୍ର ଛାତ୍ରୀ

Share It

ଭୁବନେଶ୍ୱର,୨୦/୦୩: ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ନେଇ ଚିନ୍ତାଜନକ ଚିତ୍ର ସାମ୍ନାକୁ ଆସିଛି। ଓଡ଼ିଶାର ୧୯,୮୮୩ଟି ସ୍କୁଲରେ ଏପର୍ଯ୍ୟନ୍ତ ଡେସ୍କ ଓ ବେଞ୍ଚ ବ୍ୟବସ୍ଥା ନଥିବାରୁ ଛାତ୍ରଛାତ୍ରୀମାନେ ବାଧ୍ୟ ହୋଇ ତଳେ ବସି ପାଠ ପଢୁଛନ୍ତି। କେତେକ ସ୍ଥାନରେ ଦରି ବିଛାଇ ପଢାଯାଉଥିବାବେଳେ, ଅନ୍ୟ କେତେକ ସ୍କୁଲରେ ମାଟିରେ ସିଧାସଳଖ ବସି ଶିକ୍ଷା ଗ୍ରହଣ କରୁଛନ୍ତି ପିଲାମାନେ।

ଏହି ସମସ୍ୟାକୁ ନେଇ ବିଧାନସଭାରେ ପ୍ରଶ୍ନ ଉଠିବା ପରେ ଏହାର ଉତ୍ତର ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମନ୍ତ୍ରୀ ଲିଖିତ ଭାବେ ଗୃହକୁ ଅବଗତ କରାଇଛନ୍ତି ଯେ,ପିଲାମାନଙ୍କୁ ସୁବିଧାଜନକ ଭାବେ ପାଠ ପଢିବା ପାଇଁ ଆବଶ୍ୟକ ଢଞ୍ଞା ଉନ୍ନତି କରିବାକୁ ପଦକ୍ଷେପ ନିଆଯାଉଛି। ପର୍ଯ୍ୟାୟକ୍ରମେ ସମସ୍ତ ସ୍କୁଲକୁ ଡେସ୍କ ଓ ବେଞ୍ଚ ଯୋଗାଇବା ପାଇଁ ଯୋଜନା ଚାଲିଛି।


Share It

Comments are closed.