ଆସନ୍ତା ୨୪ ଘଣ୍ଟାରେ ପ୍ରବଳ ବର୍ଷା ,୬ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

Share It

ଭୁବନେଶ୍ୱର,୨୦/୦୩:ଆନ୍ଧ୍ର ଉପକୂଳ ଏବଂ ପାଶ୍ୱବର୍ତ୍ତୀ ୟାନମ ଉପରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ ।ଏହାର ପ୍ରଭାବରେ ଓଡ଼ିଶାରେ ପ୍ରବଳ ଘଡ଼ଘଡ଼ି ସହ ବର୍ଷାର ଆଶଙ୍କା। ଆଗାମୀ ୬ ଦିନ ଯାଏ ରାଜ୍ୟରେ ବର୍ଷାର ସମ୍ଭାବନା ଥିବା କହିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆସନ୍ତା ୨୪ ଘଣ୍ଟା ପାଇଁ ୬ ଜିଲ୍ଲା କୁ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଜାରି ହୋଇଛି ଅରେଞ୍ଜ ୱାର୍ଣ୍ଣିଂ। ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର, ଝାରସୁଗୁଡ଼ା, ବରଗଡ଼ ଓ ସମ୍ବଲପୁର ଜିଲ୍ଲାରେ ଝଡ଼ବର୍ଷା ହେବ । ଏହା ସହ ୫୦ ରୁ ୬୦ କିଲୋମିଟର ବେଗରେ ପବନ ହବିବା ସମ୍ଭାବନା ରହିଛି । ଏହି ସବୁ ଜିଲ୍ଲାକୁ ଆଜି ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ସେହିପରି ଆଜି ଦକ୍ଷିଣ ଓଡ଼ିଶା ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଅନ୍ୟପଟେ ମାର୍ଚ୍ଚ ରୁ ମେ ପାଣିପାଗ ପୂର୍ବାନୁମାନ ଜାରି କରିଛି IMD । ଅଧିକାଂଶ କ୍ଷେତ୍ରରେ ସ୍ୱଭାବିକରୁ ଅଧିକ ରହିବ ତାପମାତ୍ରା ।


Share It

Comments are closed.