ଅଫିସରଙ୍କ ଆର୍ଥିକ କ୍ଷମତା ବଢାଇଲେ ରାଜ୍ୟ ସରକାର
ଭୁବନେଶ୍ୱର,୨୦/୦୩:ରାଜ୍ୟ ସରକାର ପକ୍ଷରୁ ପ୍ରଶାସନିକ କାର୍ଯ୍ୟକୁ ଆହୁରି ସଶକ୍ତ ଓ ସୁଚାରୁ ଭାବେ କରିବା ପାଇଁ ଅଫିସରମାନଙ୍କ ଆର୍ଥିକ କ୍ଷମତା ବଢ଼ାଇବାକୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହି ପାଇଁ ୧୯୭୮ ମସିହାର ଆର୍ଥିକ କ୍ଷମତା ପ୍ରତିନିଧିତ୍ୱ ନିୟମାବଳୀରେ ସଂଶୋଧନ କରାଯାଇଛି।ପ୍ରଶାସନିକ ସ୍ତରରେ ବିଭିନ୍ନ ପଦାଧିକାରୀଙ୍କ ଖର୍ଚ୍ଚ କ୍ଷମତା ବୃଦ୍ଧି।
କ୍ୟାବିନେଟ୍ କିମ୍ୱା ମନ୍ତ୍ରୀଙ୍କ ଅନୁମୋଦନକୁ ଆଉ ଅପେକ୍ଷା କରିବାକୁ ହେବ ନାହିଁ। ଏବେ ପ୍ରକଳ୍ପ ଅର୍ଥ ମଞ୍ଜୁର କରିପାରିବେ ବିଭାଗୀୟ ସଚିବ ଓ ଜିଲ୍ଲାପାଳ।
ବିଭାଗୀୟ ମୁଖ୍ୟ ୧୦ କୋଟି, ସଚିବ ୨୦ କୋଟି ଅର୍ଥ ମଞ୍ଜୁର କରିପାରିବେ। ୧୦୦ କୋଟି ଟଙ୍କାର ଅର୍ଥ ପରାମର୍ଶ କମିଟି ମଞ୍ଜୁରୀ ଦେବ । ୨୦୦ କୋଟିରୁ ଅଧିକ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରୀ ଦେବ। ଜନହିତକର ଯୋଜନାକୁ ଗତିଶୀଳ କରିବା ପାଇଁ ସରକାରଙ୍କ ନିଷ୍ପତ୍ତି।


Comments are closed.