ଗାନ୍ଧୀ ମାର୍ଗରେ ଓଡ଼ିଶା କନିଷ୍ଠ ଶିକ୍ଷକ ସଂଘ

Share It

ଭୁବନେଶ୍ୱର,୧୯/୦୩:ଗାନ୍ଧୀ ମାର୍ଗର ଧାରଣାସ୍ଥଳରେ ଏକ ଦଫା ଦାବି ନେଇ ଆମରଣ ଅନଶନକୁ ଓହ୍ଲାଇଛି ଓଡ଼ିଶା କନିଷ୍ଠ ଶିକ୍ଷକ ସଂଘ। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ,ସ୍କୁଲ କୁ ଫେରିବେନି,ପ୍ରବେଶ ଉତ୍ସବରେ ସାମିଲ ହେବେ ନାହିଁ,ଏପରିକି ଜନଗଣନା କରିବା ବର୍ଜନ କରିବେ ବୋଲି ସଂଘ ପକ୍ଷରୁ ଚେତାଇ ଦିଆଯାଇଛି। ତେବେ ଗତ ଅଗଷ୍ଟ ୨୨ ତାରିଖରେ ମୂଖ୍ୟମନ୍ତ୍ରୀଙ୍କ କରିଥିବା ଘୋଷଣା ମୁତାବକ ତାଙ୍କୁ ନିୟମିତ ନିଯୁକ୍ତି ପ୍ରଦାନ କରିବାକୁ ସେମାନେ ଦାବି ଉପସ୍ଥାପନ କରିଛନ୍ତି। ଗତବର୍ଷ ନଭେମ୍ବର ୪ ଓ ଚଳିତ ବର୍ଷ ମାର୍ଚ୍ଚ ୧୦ ତାରିଖରେ ପ୍ରେସମିଟ୍ କରି,ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବା ପରେ ମଧ୍ୟ  ବିଭାଗ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ନ ମିଳିବା ଫଳରେ ଆଜି ସେମାନେ ପୁନର୍ବାର ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହୋଇଥିବା ସଂଘ ପକ୍ଷରୁ କୁହାଯାଇଛି। ଅନ୍ୟପଟେ ଦାବି ନ ଶୁଣିବା ପର୍ଯ୍ୟନ୍ତ ଏମିତି ଆମରଣ ଅନଶନ ଜାରି ରହିବ ବୋଲି କହିଛନ୍ତି, ଓଡ଼ିଶା କନିଷ୍ଠ ଶିକ୍ଷକ ସଂଘ ସଭାପତି ଶେଷଦେବ ଯଜ୍ଞକାମ ଦେଓ।


Share It

Comments are closed.