SCB ରେ ଅଗ୍ନିକାଣ୍ଡ ପରେ ଆକ୍ସନ ମୁଡ଼ ରେ ସରକାର
ଭୁବନେଶ୍ୱର,୧୯/୦୩:SCB ରେ ଅଗ୍ନିକାଣ୍ଡ ପରେ ଆକ୍ସନ ମୁଡ଼ ରେ ସରକାର।ମେଡିକାଲ କଲେଜ, ଡିଏଚ୍ଏଚ୍ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନରେ ଅଗ୍ନି ନିରାପତ୍ତା ମାପ ଏବଂ ବୈଦ୍ୟୁତିକ ସୁରକ୍ଷା ଯାଞ୍ଚର ଅନୁପାଳନ ପାଇଁ ନିର୍ଦ୍ଧେଶ।ଯଦି ଯାଞ୍ଚ ସମୟରେ କୌଣସି ତ୍ରୁଟି ଦେଖାଯାଏ, ତେବେ ହସ୍ପିଟାଲ ଭିତ୍ତିଭୂମି ଏବଂ ବାସିନ୍ଦାଙ୍କୁ ସୁରକ୍ଷା ଦେବା ପାଇଁ ପ୍ରାଥମିକତା ଭିତ୍ତିରେ ତୁରନ୍ତ ସଂଶୋଧନମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।ଏନେଇ ପୂର୍ତ୍ତ ବିଭାଗ ଜାରି କଲା ନିର୍ଦ୍ଦେଶ।
ଏପଟେ SCB ଅଗ୍ନିକାଣ୍ଡ ପରେ ମେଡିକାଲ୍ ପରିଦର୍ଶନ କଲେ ସାଂସଦ ସଂତୃପ୍ତ ମିଶ୍ର। କହିଲେ- ICUରେ ଏମରଜେନ୍ସି ଏକ୍ଜିଟ୍ ନଥିବାରୁ ଅଗ୍ନିକାଣ୍ଡ ଘଟିଥିବା ଅଭିଯୋଗ। ଦାୟିତ୍ୱରେ ଥିବା କର୍ତ୍ତୃପକ୍ଷଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କଲେ।

Comments are closed.