ଓଡିଶାରେ ପ୍ରବେଶ କରିଛି ଉପ୍ପଲ ବ୍ରିୱର୍ସ ଆଣ୍ଡ ଡିଷ୍ଟିଲର୍ସ

Share It

ଭୁବନେଶ୍ୱର : ଉତର ଭାରତର ପ୍ରମୁଖ ବଜାରଗୁଡିକରେ ଏକ ମଜବୁତ ଉପସ୍ଥିତି ଥିବା, ଦ ଉପ୍ପଲ ଗ୍ରୁପର ସ୍ପିରିଟ୍ ଶାଖା ଉପ୍ପଲ ବ୍ରିୱର୍ସ ଆଣ୍ଡ ଡିଷ୍ଟିଲର୍ସ (ୟୁବିଡି) ଓଡିଶାରେ ଏହାର ପ୍ରବେଶ ସମ୍ପର୍କରେ ଔପଚାରିକ ଭାବେ ଘୋଷଣା କରିଛି । ୟୁବିଡିର ଫ୍ଲାଗସିପ ଲେବେଲ ତଥା ଉତ୍କୃଷ୍ଟତମ ବ୍ଲେଣ୍ଡେଡ ଇଣ୍ଡିଆନ ହ୍ୱିସ୍କି ସୁରହିର ବିକ୍ରି ଏବେ ଓଡିଶାର ପ୍ରିମିୟମ ରିଟେଲ ଆଉଟଲେଟ ଏବଂ ଭୁବନେଶ୍ୱର, ବ୍ରହ୍ମପୁର ଓ କଟକ ଭଳି ଓଡିଶାର ପ୍ରମୁଖ ଅର୍ବାନ ହବ୍‌ଗୁଡିକରେ ଆରମ୍ଭ ହୋଇଛି । ଗତ ଫେବୃଆରୀ ୨୬ ତାରିଖରେ ଡାମନ ଓ ଡିୟୁଠାରେ ୟୁବିଡିର ରଣନୈତିକ ଆରମ୍ଭ ପରେ ଏହି ଶୁଭାରମ୍ଭ କରାଯାଇଛି । ଓଡିଶା ଏବଂ ଡାମନ ଓ ଡିୟୁ ପଶ୍ଚିମାଂଚଳର ଏକକାଳୀନ ସକ୍ରିୟକରଣ ନିକଟରେ ଗୋଆରେ କାର୍ଯ୍ୟକାରୀ ହୋଇଥିବା ୟୁବିଡି ବଟଲିଙ୍ଗ ପ୍ଲାଂଟ ଦ୍ୱାରା ସମର୍ଥିତ ଅଟେ । ୨୦୨୫ ଆରମ୍ଭରେ ଏହାର ଲଂଚ ପରଠାରୁ ସୁରାହି ପ୍ରିମିୟମ ବ୍ଲେଣ୍ଡେଡ ହ୍ୱିସ୍କି ବର୍ଗରେ ନିଜର ସ୍ଥାନ ସୃଷ୍ଟି କରିଛି, ଯାହା ଏହାର ପ୍ରଥମ ବର୍ଷରେ ଦିଲ୍ଲୀ, ହରିଆନା ଓ ପଞ୍ଜାବରେ ୨ ଲକ୍ଷ ବଟଲରୁ ଅଧିକ ବିକ୍ରି ହୋଇଛି ।

ଏସମ୍ପର୍କରେ ଉପ୍ପଲ ବ୍ରିୱର୍ସ ଆଣ୍ଡ ଡିଷ୍ଟିଲର୍ସର ସହ-ପ୍ରତିଷ୍ଠାତା କନ୍‌ହବ ଉପ୍ପଲ କହିଛନ୍ତି, “ସୁରାହିକୁ ମିଳିଥିବା ଉତ୍ସାହଜନକ ପ୍ରତିକ୍ରିୟା ଏହି ‘ଗର୍ବିତ ଭାରତୀୟ’ କାହାଣୀକୁ ଓଡିଶାକୁ ନେବା ଏବଂ ଚଳିତ ବର୍ଷ ଶେଷ ସୁଦ୍ଧା ୬ରୁ ୮ଟି ରାଜ୍ୟକୁ ଆମର ସମ୍ପ୍ରସାରଣ ଜାରି ରଖିବା ପାଇଁ ଆମର ଲକ୍ଷ୍ୟକୁ ପ୍ରୋତ୍ସାହିତ କରିଛି ।” ସେହିପରି ଉପ୍ପଲ ବ୍ରିୱର୍ସ ଆଣ୍ଡ ଡିଷ୍ଟିଲର୍ସର ସିଇଓ ଓ ସହ-ପ୍ରତିଷ୍ଠାତା ଅଙ୍କୁର ସଚଦେବା କହିଛନ୍ତି, “ କାରିଗରୀ ଓ ଉତ୍କୃଷ୍ଟ ଫ୍ଲେଭର ପ୍ରୋଫାଇଲକୁ ବହୁମାତ୍ରାରେ ଗୁରୁତ୍ୱ ଦେଉଥିବା ରାଜ୍ୟର ଚତୁର ଗ୍ରାହକଙ୍କ କାରଣରୁ ଓଡିଶା ସୁରାହି ପାଇଁ ଏକ ପ୍ରାକୃତିକ ପରବର୍ତୀ ପଦକ୍ଷେପ ଅଟେ । ଓଡିଶା ସହିତ ଆମେ କେବଳ ଏକ ନୂତନ ରାଜ୍ୟରେ ପ୍ରବେଶ କରିନାହୁଁ ବରଂ ଆମେ ଏଭଳି ଏକ ବ୍ରାଣ୍ଡ ଆଣିଛୁ ଯାହା ଭାରତର କିଛି ସର୍ବାଧିକ ପ୍ରତିଯୋଗୀପୂର୍ଣ୍ଣ ବଜାରରେ ୨ ଲକ୍ଷ ୟୁପିଟରୁ ଅଧିକ ବିକ୍ରି କରି ନିଜର ଦକ୍ଷତା ପ୍ରମାଣିତ କରିଛି । ଗୋଆରେ ଆମର ନୂଆ ବଟଲିଙ୍ଗ ପ୍ଲାଂଟ ଏବେ କାର୍ଯ୍ୟକ୍ଷମ ରହିଥିବା ବେଳେ ଆମେ ଓଡିଶା, ଡାମନ ଓ ଅନ୍ୟ ରାଜ୍ୟରେ ବଢୁଥିବା ଚାହିଦାକୁ ପୂରଣ କରିବା ପାଇଁ ଆବଶ୍ୟକୀୟ ଯୋଗାଣ ଶୃଙ୍ଖଳା ଶକ୍ତିକୁ ବୃଦ୍ଧି କରିଛୁ ।”

 


Share It

Comments are closed.