CPET ପରୀକ୍ଷା ଆବେଦନ ପାଇଁ ସମୟ ସୀମା ବୃଦ୍ଧି
ଭୁବନେଶ୍ଵର,୧୬୦୩:ରାଜ୍ୟର ସ୍ନାତକୋତ୍ତର ପାଇଁ ହେଉଥିବା CPET ପରୀକ୍ଷା ନେଇ ଆସିଛି ବଡ଼ ଖବର।ଛାତ୍ରୀଛାତ୍ରମାନଙ୍କ ପାଇଁ ଆବେଦନର ସମୟସୀମାକୁ ବଢ଼ାଇଛି ଉଚ୍ଚଶିକ୍ଷା ବିଭାଗ ।ପୂର୍ବରୁ ମାର୍ଚ୍ଚ ୧୫ ଥିବା ଶେଷ ତାରିଖକୁ ବଦଳାଇ ବର୍ତ୍ତମାନ ମାର୍ଚ୍ଚ ୧୮ ରାତି ୧୧ଟା ୪୫ ମିନିଟ୍ ପର୍ଯ୍ୟନ୍ତ କରାଯାଇଛି।ଯେଉଁ ଛାତ୍ରୀଛାତ୍ରମାନେ ଏପର୍ଯ୍ୟନ୍ତ ଆବେଦନ କରିନାହାନ୍ତି, ସେମାନେ SAMS Odisha Portal ମାଧ୍ୟମରେ ଅନଲାଇନ୍ ଫର୍ମ ପୂରଣ କରିପାରିବେ।ସୂଚନା ଅନୁସାରେ, ୨୦୨୬–୨୭ ଶିକ୍ଷାବର୍ଷରେ PG ଭର୍ତ୍ତି ପାଇଁ CPET ପରୀକ୍ଷା ଅନିବାର୍ଯ୍ୟ ରହିଛି।
ଏହି ପ୍ରବେଶିକା ପରୀକ୍ଷା ଏପ୍ରିଲ ୨୭ ଠାରୁ ମେ ୧୦ ପର୍ଯ୍ୟନ୍ତ ବିଭିନ୍ନ ବିଷୟ ପାଇଁ ଅନୁଷ୍ଠିତ ହେବ।ପରୀକ୍ଷାରେ ପାଇଥିବା ମେରିଟ୍ ମାର୍କ ଆଧାରରେ ଛାତ୍ରୀଛାତ୍ରମାନଙ୍କୁ ପସନ୍ଦର କୋର୍ସ ଓ ସଂସ୍ଥାନରେ ଭର୍ତ୍ତି ଦିଆଯିବ। ତେଣୁ ସମୟ ଥିବାବେଳେ ଶୀଘ୍ର ଆବେଦନ କରିବାକୁ ଛାତ୍ରୀଛାତ୍ରମାନଙ୍କୁ ପରାମର୍ଶ ଦିଆଯାଇଛି।

Comments are closed.