ସାନପଦର ଗାଁରେ ଜୀଅନ୍ତା ଜଳିଗଲେ ବାପପୁଅ
ଖୋର୍ଦ୍ଧା,୧୫/୦୩:ଖୋର୍ଦ୍ଧା ଜିଲ୍ଲାର ବୋଲଗଡ଼ ବ୍ଲକ ସାନପଦର ଗାଁରେ ଘଟିଛି ଏହି ହୃଦୟବିଦାରକ ଅଘଟଣ । ସୂଚନା ଅନୁସାରେ, ସାନପଦର ବଜାରରେ ବାପା–ପୁଅ ମିଶି ଏକ ଚା ଦୋକାନ ସହିତ ଭେରାଇଟି ଷ୍ଟୋର ଚାଳାଉଥିଲେ ।ଗତ ରାତିରେ ଦୁହେଁ ଦୋକାନ ଭିତରେ ଶୋଇଥିବା ସମୟରେ ହଠାତ୍ ନିଆଁ ଲାଗିଯାଇଥିଲା । ନିଆଁ ଶୀଘ୍ର ବ୍ୟାପିଯାଇଥିବାରୁ ସେମାନେ ବାହାରି ପାରିନଥିଲେ । ଫଳରେ ଘଟଣାସ୍ଥଳରେ ହିଁ ଉଭୟଙ୍କ ଦୁଃଖଦ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ସ୍ଥାନୀୟ ଲୋକେ ନିଆଁ ଲିଭାଇବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇପାରିନଥିଲେ । ପରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଘଟଣାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବାବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି ।

Comments are closed.