୨ ବର୍ଷରେ ୧୯ ହଜାରରୁ ଅଧିକ ବ୍ୟକ୍ତି ହେଲେ ନିଶାମୁକ୍ତ

Share It

ଭୁବନେଶ୍ଵର,୧୩/୦୩: ରାଜ୍ୟରେ ନିଶାସକ୍ତି ବିରୋଧରେ ସରକାରଙ୍କ ପକ୍ଷରୁ ଚାଲୁଥିବା ଅଭିଯାନର ସକାରାତ୍ମକ ପରିଣାମ ଦେଖିବାକୁ ମିଳିଛି। ଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟର ବିଭିନ୍ନ ନିଶା ନିବାରଣ କେନ୍ଦ୍ର ମାଧ୍ୟମରେ ମୋଟ ୧୯ ହଜାର ୩୯୫ ଜଣ ବ୍ୟକ୍ତିଙ୍କୁ ନିଶାମୁକ୍ତ କରାଯାଇଛି।

ଏନେଇ ବିଧାନସଭାରେ ଲିଖିତ ଉତ୍ତର ଦେଇଥିଲେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ସେ କହିଥିଲେ ଯେ, ରାଜ୍ୟ ସରକାର ନିଶାସକ୍ତି ନିବାରଣ ପାଇଁ ବିଭିନ୍ନ ପ୍ରକାର ସଚେତନତା କାର୍ଯ୍ୟକ୍ରମ, ଚିକିତ୍ସା ସହାୟତା ଓ ପୁନର୍ବାସ ବ୍ୟବସ୍ଥାକୁ ଜୋରଦାର କରିଛନ୍ତି।ଜିଲ୍ଲା ଭିତ୍ତିକ ତଥ୍ୟ ଅନୁସାରେ, ଗଞ୍ଜାମ ଜିଲ୍ଲା ରୁ ସର୍ବାଧିକ ୬,୦୯୩ ଜଣ ବ୍ୟକ୍ତିଙ୍କୁ ନିଶାମୁକ୍ତ କରାଯାଇଛି, ଯାହା ରାଜ୍ୟରେ ସର୍ବୋଚ୍ଚ ସଂଖ୍ୟା।
ବର୍ତ୍ତମାନ ରାଜ୍ୟରେ ମୋଟ ୫୫ଟି ନିଶା ନିବାରଣ କେନ୍ଦ୍ର କାର୍ଯ୍ୟରତ ରହିଛି। ଏହି କେନ୍ଦ୍ରଗୁଡ଼ିକରେ ଚିକିତ୍ସା, ପରାମର୍ଶ, ମାନସିକ ସମର୍ଥନ ଓ ପୁନର୍ବାସ ସୁବିଧା ଯୋଗାଇ ନିଶାସକ୍ତଙ୍କୁ ସାଧାରଣ ଜୀବନକୁ ଫେରାଇବାରେ ଚେଷ୍ଟା କରାଯାଉଛି।

ସରକାରଙ୍କ ଲକ୍ଷ୍ୟ ହେଉଛି ଆଗାମୀ ଦିନରେ ଆହୁରି ଅଧିକ ଲୋକଙ୍କୁ ନିଶାମୁକ୍ତ କରି ସ୍ୱାସ୍ଥ୍ୟକର ଓ ସଚେତନ ସମାଜ ଗଠନ କରିବା।


Share It

Comments are closed.