ଭୁବନେଶ୍ୱର ଓ କଟକରେ କମିଲା ପେଟ୍ରୋଲ-ଡିଜେଲ୍ ଦର: ଜାଣନ୍ତୁ ଦେଶର ପ୍ରମୁଖ ସହରର ରେଟ୍

Share It

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ପ୍ରମୁଖ ସହରଗୁଡ଼ିକରେ ତୈଳ ଦରରେ ସାମାନ୍ୟ ହ୍ରାସ ଦେଖିବାକୁ ମିଳିଛି। ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରେ ପେଟ୍ରୋଲ ଦର ୦.୨୩ ଟଙ୍କା କମିଛି। ଫଳରେ ଆଜି ରାଜଧାନୀରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୧୦୦.୯୩ ଟଙ୍କା ରହିଥିବା ବେଳେ ଡିଜେଲ ଦର ଲିଟର ପିଛା ୯୨.୫୧ ଟଙ୍କାରେ ବିକ୍ରି ହେଉଛି।

ସେହିପରି ରୌପ୍ୟ ନଗରୀ କଟକରେ ମଧ୍ୟ ଗାଡ଼ି ଚାଳକଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଗତ ୨୪ ଘଣ୍ଟାରେ କଟକରେ ପେଟ୍ରୋଲ ଲିଟର ପିଛା ୦.୪୮ ଟଙ୍କା ଏବଂ ଡିଜେଲ ୦.୪୬ ଟଙ୍କା ଶସ୍ତା ହୋଇଛି। ଏହି ହ୍ରାସ ପରେ କଟକରେ ଆଜି ପେଟ୍ରୋଲ ଦର ଲିଟର ପିଛା ୧୦୧.୧୯ ଟଙ୍କା ଥିବା ବେଳେ ଡିଜେଲ ଦର ୯୨.୭୭ ଟଙ୍କା ରେକର୍ଡ କରାଯାଇଛି।


ଦେଶର ପ୍ରମୁଖ ସହରଗୁଡ଼ିକରେ ଆଜିର ପେଟ୍ରୋଲ ଏବଂ ଡିଜେଲ୍ ଦର:

ସହରପେଟ୍ରୋଲ ଦର (ପ୍ରତି ଲିଟର)ଡିଜେଲ ଦର (ପ୍ରତି ଲିଟର)
ନୂଆଦିଲ୍ଲୀ୯୪.୭୭ ଟଙ୍କା୮୭.୬୭ ଟଙ୍କା
କୋଲକାତା୧୦୫.୪୧ ଟଙ୍କା୯୨.୦୨ ଟଙ୍କା
ମୁମ୍ବାଇ୧୦୩.୫୦ ଟଙ୍କା୯୦.୦୩ ଟଙ୍କା
ଚେନ୍ନାଇ୧୦୩.୫୦ ଟଙ୍କା୯୦.୦୩ ଟଙ୍କା
ଭୁବନେଶ୍ୱର୧୦୦.୯୩ ଟଙ୍କା୯୨.୫୧ ଟଙ୍କା

Share It

Comments are closed.